ପ୍ରତି ବର୍ଷ ବନବାସରେ ଯାଉଥିଲେ ପ୍ରଧାନମନ୍ତ୍ରୀ ମୋଦି ! ଆତ୍ମଚିନ୍ତନରେ ବିତାଉଥିଲେ ୫ ଦିନ

ନୂଆଦିଲ୍ଲୀ :  ନିଜର ଜୀବନଶୈଳୀ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଏବେ ଏ ନେଇ ଆଉ ଏକ ଖୁଲାସା କରିଛନ୍ତି ମୋଦି । ସେ କହିଛନ୍ତି, ପ୍ରତିବର୍ଷ ୫ ଦିନ ପାଇଁ ବନବାସରେ ଯାଉଥିଲେ । ଫେସବୁକ ଫେଜ୍ ଦି ହ୍ୟୁମାନସ ଅଫ ବମ୍ବେକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମଚିନ୍ତନ ପାଇଁ ପାଇଁ ସେ ବର୍ଷକୁ ୫ ଦିନ  ବନବାସରେ ବିତାଉ ଥିଲେ । ପ୍ରତ୍ୟେ କବର୍ଷ ଦିପାବଳୀ ସମୟରେ ସେ ଏହି ବନବାସ କରୁଥିଲେ । ଯେଉଁଠି କେବଳ ଶୁଦ୍ଧ ପାଣି ଥିବ ଓ କେହି ଲୋକ ନ ଥିବେ ସେଭଳି ଅଂଚଳରେ ୫ ଦିନ କଟୁଥିଲା ତାଙ୍କ ଜୀବନ ।

ବ୍ୟସ୍ତବହୁଳ ଜୀବନରେ କିଛି ସମୟ ସମୟ ବାହାର କରି ଆତ୍ମଚିନ୍ତନ କରିବାକୁ ବି ପ୍ରଧାନମନ୍ତ୍ରୀ ଯୁବପିଢିକୁ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ଜୀବନକୁ ଭଲଭାବେ ବୁଝିହେବ ଓ ଆତ୍ମବିଶ୍ୱାସ ଆସିପାରିବ । ଫେସବୁକ୍ ପେଜକୁ ଦେଇଥିବା ସାକ୍ଷାତକାରରେ ମୋଦି ଆହୁରି କହିଛନ୍ତି, ସେ କିଭଳି ଆରଏସଏସ ପ୍ରତି ଆକୃଷ୍ଣ ହେଉଥିଲେ ଓ ମାତ୍ର ୧୭ ବର୍ଷ ସମୟରେ ହିମାଳୟ ଯାଇଥିଲେ ।

ଆରଏସଏସରେ ଥିବାବେଳେ ସେ ବହୁତ ଲୋକଙ୍କ ସହ ବାର୍ତାଳାପ କରିବାର ସୁଯୋଗ ପାଇଥିଲେ । ଆରଏସଏସ ଅଫିସରେ ସେ ଜଳଖିଆ ପ୍ରସ୍ତୁତ କରିବା ସହ ବିଭିନ୍ନ କାମ କରୁଥିଲେ  ବୋଲି ମୋଦି ତାଙ୍କ ସାକ୍ଷାତକାରରେ କହିଛନ୍ତି ।

ସମ୍ବନ୍ଧିତ ଖବର