ରାଜ୍ୟସଭାରେ ବିଜୁ ଜନତା ଦଳକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ; ବିଜେଡି ଓ ଏନସିପିଠାରୁ ଅନ୍ୟ ଦଳ ଶିଖିବା ଉଚିତ୍

ଭୁବନେଶ୍ବର: ଆଜି ରାଜ୍ୟସଭାର ୨୫୦ତମ ଅଧିବେଶନରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ସଂଘୀୟ ଢ଼ାଞ୍ଚାର ଆତ୍ମା ଅଭିହିତ କରିବା ସହ ବିଜୁ ଜନତା ଦଳକୁ ପ୍ରଶଂସା କରିଛନ୍ତି। ରାଜ୍ୟସଭାରେ ବିଜେଡି ଓ ଏନସିପିର କାର୍ଯ୍ୟଶୈଳୀକୁ ପସନ୍ଦ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ଯ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ । ବିଜେଡି ଓ ଏନସିପିର ସାଂସଦମାନେ ଅନୁଶାସନରେ ରହି କାର୍ଯ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି । ତେଣୁ ଏହି ଦୁଇ ଦଳ ପ୍ରଂଶସାର ପାତ୍ର ବୋଲି ବକ୍ତବ୍ୟ ରଖିଛନ୍ତି।

ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ । ରାଜ୍ୟର ବିକାଶ କେନ୍ଦ୍ରର ଦାୟିତ୍ୱ । ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତିଦ୍ୱନ୍ଦ୍ବୀ ନ ହୋଇ ଭଲ ସହଯୋଗୀ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ସମ୍ବନ୍ଧିତ ଖବର