ନିରାପତ୍ତା କାରଣରୁ ପାକିସ୍ତାନ ଗସ୍ତରେ ଆସିବେ ନାହିଁ ବ୍ରିଟିଶ ରାଜଦମ୍ପତ୍ତି

ଲଣ୍ଡନ : କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଚାଲିଥିବାରୁ ଇଂଲାଣ୍ଡର ଯୁବରାଜ ଓ ଯୁବରାଣୀ ( ଡ୍ୟୁକ ଏଣ୍ଡ ଡଚେସ ଅଫ କେମ୍ବ୍ରିଜ) ପ୍ରିନ୍ସ ହ୍ୟାରୀ ଓ କେଟ ମିଡଲଟନ ନିଜର ପାକିସ୍ତାନର ଗସ୍ତ ବାତିଲ କରିବାର ସମ୍ଭାବନା ରହିଛି । ବ୍ରିଟେନର ବୈଦେଶିକ ଓ ରାଜ୍ୟଗୋଷ୍ଠୀ ବ୍ୟାପାର ଅଫିସ ସୁତ୍ରକୁ ଉଦ୍ଧାର କରି ନ୍ୟୁଜ ଇଣ୍ଟରନାସନାଲ କହିଛି ଯେ ଏ ଅଞ୍ଚଳରେ ଦେଖାଦେଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଦମ୍ପତ୍ତିଙ୍କ ଗସ୍ତ ବାତିଲ କରାଯାଇପାରେ ।

ଗତ ଜୁନ ମାସରେ ବ୍ରିଟିଶ ରାଜପରିବାର ପକ୍ଷରୁ କୁହାଯାଇଥିଲା ଯେ ଚଳିତ ବର୍ଷ ଶେଷ ଆଡକୁ ଡ୍ୟୁକ ଏଣ୍ଡ ଡଚେସ ଅଫ କେମ୍ବ୍ରିଜ ପ୍ରିନ୍ସ ହ୍ୟାରୀ ଓ କେଟ ମିଡଲଟନ ପାକିସ୍ତାନ ଗସ୍ତରେ ଯିବେ । ପୂର୍ବରୁ ଗତ ୨୦୦୬ରେ ପ୍ରିନ୍ସ ଚାର୍ଲସ ଏଣ୍ଡ କାମିଲା ପାକିସ୍ତାନ ଗସ୍ତରେ ଆସିଥିଲେ । ଏହା ପୂର୍ବରୁ ରାଣୀ ଏଲିଜାବେଥ ୧୯୬୧ ଓ ୧୯୯୭ରେ ପାକିସ୍ତାନ ଗସ୍ତରେ ଆସିଥିଲେ ।

ସମ୍ବନ୍ଧିତ ଖବର