କୋର୍ଟ ପରିସରରେ କଏଦୀଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ  ଜଣେ ବିଚାରାଧୀନ କଏଦୀକୁ ଗୁଳିକରି ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନାନୁଯାୟୀ, ୧୦୦ରୁ ଊର୍ଦ୍ଧ୍ୱ ମାମଲା ରହିଥିବା ଜଣେ ବିଚାରାଧୀନ ବନ୍ଦୀକୁ  ରୋହିଣୀ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣି ପରେ ସେ କୋର୍ଟରୁ ଫେରୁଥିବାବେଳେ କୋର୍ଟ ପରିସରରେ ହିଁ କେହି ଅଜଣା ବ୍ୟକ୍ତି ତା’କୁ ଗୁଳିକରି ଚମ୍ପଟ ମାରିଥିଲା। କୋର୍ଟରୁମ୍‌ରେ ଉପସ୍ଥିତ ଥିବା ବିଚାରପତି ଏବଂ ଓକିଲମାନେ ପ୍ରାଣ ବିକଳରେ ଇତସ୍ତତଃ ଦୌଡ଼ି ପଳାଇଥିଲେ। ତେବେ ପୁଲିସ ତୁରନ୍ତ ଇଲାକାକୁ ଘେରାବନ୍ଦୀ କରି ଗୁଳି କରିଥିବା ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନିକଟରୁ ଏକ ପିସ୍ତଲ ଜବତ କରିଛି। ଅପରପକ୍ଷେ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ଆହତ କଏଦୀକୁ ନିକଟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ତା’ର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର