୨୭ବର୍ଷ ଜେଲରେ ବନ୍ଦୀ ଜୀବନ କାଟି ସାରିବା ପରେ ନିର୍ଦୋଷରେ ଖଲାସ ହେଲେ ଦୁଇ ଅଭିଯୁକ୍ତ

ଢ଼ାକା: ନ୍ୟାୟ ଦେବା ମାମଲାରେ ବିଳମ୍ବ ନେଇ ଅନେକ ମାମଲା ସାମ୍ନାକୁ ଆସିଛି। ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବଙ୍ଗଳାଦେଶରେ ଦେଖିବାକୁ ମିଳିଛି। ଏଠାରେ ୨୭ବର୍ଷ ଜେଲରେ ବନ୍ଦୀ ଜୀବନ କାଟିବା ପରେ ମୋଫିଜୁର ରହମାନ ଓ ଅବଦୁଲ କାଦିରଙ୍କ ନିର୍ଦ୍ଦୋଶରେ ହାଇକୋର୍ଟ ଖଲାସ କରିଛନ୍ତି। ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ମୋଫିଜୁରଙ୍କ ଜେଲରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ମୋଫିଜୁର ରହମାନ ଓ ଅବଦୁଲ କାଦିରଙ୍କୁ ସାରସା ପୁଲିସ ୧୯୮୬ ମସିହାରେ ଗିରଫ କରିଥିଲା। ସେତେବେଳେ ଦୁହିଁଙ୍କ ବିରୋଧରେ ଭାରତରେ ପଶୁପକ୍ଷୀ ଚାଲଣ କରୁଥିବାର ମାମଲା ରୁଜୁ କରାଯାଇଥିଲା। ସ୍ଥାନୀୟ କୋର୍ଟ ଏହି ମାମଲାର ଶୁଣାଣି କରି ମୁଫିଜର ଓ କାଦିରଙ୍କୁ ପାଞ୍ଚବର୍ଷର ଜେଲଦଣ୍ଡ ଶୁଣାଣି କରିଥିଲା। ଏହାପରେ ଦୁଇଅଭିଯୁକ୍ତ ୧୯୮୭ରେ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ।

ଦୁହିଁଙ୍କୁ କୌଣସି ପ୍ରକାରେ ନ୍ୟାୟ ନମିଳିବାରୁ ଦୁହେଁ ଦଣ୍ଡ ପୂରା କରି ୧୯୯୧ରେ ଜେଲରୁ ବାହାରକୁ ଆସିଥିଲେ। କିନ୍ତୁ ଏହାପରେ ବି ଅସୁବିଧା ଦୁହିଁଙ୍କ ପିଛା ଛାଡ଼ି ନଥିଲା। ସ୍ଥାନୀୟ ଅଦାଲତ ସମସ୍ତ ମାମଲାକୁ ସମାପ୍ତ କରି ଦୁହିଁଙ୍କ ସହିତ ଜଡ଼ିତ ଥିବା ମାମଲା ଢ଼ାକା ହାଇକୋର୍ଟ ନିକଟରେ ଦାୟର କରିଥିଲେ। ଏହି ମାମଲା ସେବେଠାରୁ ହାଇକୋର୍ଟରେ ଚାଲି ଆସୁଥିଲା। ଫଳରେ ଦୁହିଁଙ୍କୁ ୨୭ବର୍ଷ ଜେଲରେ ରହିବାକୁ ପଡ଼ିଥିଲା।

ହାଇକୋର୍ଟରେ ଶୁଣାଣି ସମୟରେ ବିଚାରପତି ରିଜାୟୁଲ ହକଙ୍କ ଖଣ୍ଡପୀଠରେ ମଙ୍ଗଳବାର ଅର୍ଥାତ୍‌ ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷକୁ ଖାଲାସ କରାଯାଇଛି। ଆଇନଜୀବୀ କୁମାର ଦେବୁଲଦେଙ୍କ କହିବାନୁସାରେ, ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ୫ବର୍ଷ ଜେଲଦଣ୍ଡ ଭୋଗି ସାରିଥିବା ବେଳେ ଢ଼ାକା ହାଇକୋର୍ଟକୁ ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ୫ବର୍ଷ ଜେଲଦଣ୍ଡ ଭୋଗି ସାରିଥିବା ବେଳେ ଢ଼ାକା ହାଇକୋର୍ଟରେ ମାମଲା ଚାଲିଥିବା ସମୟରେ ବିଚରାଧୀନ ଭାବେ ୨୭ବର୍ଷ ଜେଲରେ ରହିଥିଲେ।

ସମ୍ବନ୍ଧିତ ଖବର