ଜେଲ୍‌ର ରୁଟି ଧରି କୋର୍ଟଙ୍କ ଦ୍ୱାରସ୍ଥ ହେଲେ କଏଦୀ; ଛଅ ମାସ ପର୍ଯ୍ୟନ୍ତ ଘର ଖାଦ୍ୟ ଖାଇବା ପାଇଁ ମିଳିଲା ଅନୁମତି

ମୁମ୍ବାଇ: ମୁମ୍ବାଇର ଅର୍ଥର ରୋଡ୍‌ ଜେଲ୍‌ ବିରୋଧରେ ଜଣେ କଏଦୀ ଏକ ଭିନ୍ନ ଅଭିଯୋଗ ଆଣି ନ୍ୟାୟ ପାଇଛନ୍ତି। କଏଦୀ ଜଣକ ଜେଲ୍‌ରେ ବନା ଯାଉଥିବା ରୁଟି ଖାଇବା ଯୋଗ୍ୟ ନୁହେଁ ବୋଲି ଦାବି କରି ରୁଟି ନେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ଛଅ ମାସ ପର୍ଯ୍ୟନ୍ତ ଘର ଖାଦ୍ୟ ଖାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

କଏଦୀ ଜଣକ ହେଉଛନ୍ତି ୪୦ ବର୍ଷୀଅ ସଜିଦ୍‌। ସେ ଅସୁସ୍ଥ ଥିବାରୁ ତାଙ୍କ ପାଇଁ ଜେଲ୍‌ର ନିମ୍ନ ଧରଣର ରୁଟି ବାସ୍ତବରେ କ୍ଷତିକାରକ ବୋଲି ଚିନ୍ତା କରିବା ପରେ ବିଚାରପତି ତାଙ୍କୁ ୬ ମାସ ପର୍ଯ୍ୟନ୍ତ ତାଙ୍କ ଘର ରନ୍ଧା ଖାଦ୍ୟ ଖାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଅଭିଯୁକ୍ତ ଜଣକ କୋର୍ଟରେ ନିମ୍ନ ଧରଣର ରୁଟି ସହ ନିଜର ମେଡିକାଲ୍‌ ରିପୋର୍ଟ ମଧ୍ୟ ଜମା କରିଥିଲେ।

ସଜିଦ୍‌ଙ୍କ ଓକିଲ କୋର୍ଟରେ ଅଭିଯୋଗ ଆଣିଥିଲେ କି ନିମ୍ନ ଧରଣର ଖାଦ୍ୟ ଦିଆଯିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସେ ଜଣେ ହାଇପର୍‌ଟେନ୍‌ସନ୍‌ ଓ ଏପିଲେପ୍ସି ରୋଗୀ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଓ ଖାଦ୍ୟ ମିଳିବା ଉଚିତ, ଯାହାକି ଜେଲ୍‌ ମଧ୍ୟରେ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ, କଏଦୀ ସଜିଦ୍‌ ଉତ୍ତର ମୁମ୍ବାଇର ଅଶିଓ୍ଵାରାଠାରେ ଥିବା ଏକ ଫ୍ଲାଟ୍‌ରେ ୩୦୧ କୋଟି ଟଙ୍କାର ୧୫୧ କିଲୋଗ୍ରାମ ମେଫେଡ୍ରନ୍‌ ରଖିଥିବା ବେଳେ ଏହା ଜବତ ହୋଇଥିଲେ। ଏହି ଅଭିଯୋଗରେ ୨୦୧୫ ମିହାରେ ତାଙ୍କୁ ଏଟିଏସ୍‌ ଗିରଫ କରିଥିଲା।

ସମ୍ବନ୍ଧିତ ଖବର