ଲକ୍ଷ୍ନୌ: ବୁଧବାର ଦିନ ଉତ୍ତର ପ୍ରଦେଶର ମୈନ୍ପୁରୀ ଜିଲ୍ଲାରେ ଗୋଟାଏ ଘରୋଇ ବସ୍ ରାସ୍ତା ଡିଭାଇଡର୍ରେ ଧକ୍କାଖାଇ ଓଲଟି ପଡ଼ିବାରୁ ଅନ୍ୟୂନ ୧୭ ଜଣ ଲୋକ ପ୍ରାଣ ହରାଇବା ସହ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦ୍ରୁତ ବେଗରେ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇ ବସିବାରୁ ବସ୍ଟି ପଥ ବିଭାଜିକା ସହ ଧକ୍କା ଖାଇଥିଲା। ଧକ୍କା ଯୋଗୁଁ ବସ୍ଟି ଓଲଟି ପଡ଼ିଲାରୁ କେତେ ଜଣ ଲୋକଙ୍କର ପ୍ରାଣ ଗଲା। କୌଣସିମତେ ବସ୍ ଚାଳକ ବଞ୍ଚିଯାଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପରେ ଡ୍ରାଇଭର୍ଙ୍କର ବୟାନ୍ ରେକର୍ଡ କରାଯିବ।
ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ଅଛି।
ସ୍ଥାନୀୟ ପ୍ରଶାସନର ଅଧିକାରୀ ଓ ପୁଲିସ ପୀଡ଼ିତମାନଙ୍କୁ ସହାୟତା କରିବାକୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାଯାଇଛି।
ମୈନ୍ପୁରୀ ବସ୍ ଦୁର୍ଘଟନା ଜନିତ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି।