ନୂଆଦିଲ୍ଲୀ: ଭାରତରେ ଘରୋଇ ହସପିଟାଲ ଗୁଡ଼ିକ କେବଳ ଔଷଧ, ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ରୋଗ ପରୀକ୍ଷା ବାବଦରେ ଅତ୍ୟଧିକ ଲାଭ କରୁଛନ୍ତି ବୋଲି ଏକ ରିପୋର୍ଟରୁ ଜଣାପଡିଛି । ନ୍ୟାସନାଲ ଫାର୍ମାସୁଟିକାଲ ପ୍ରାଇସିଂ ଅଥରିଟି (ଏନପିପିଏ) ପକ୍ଷରୁ ମୁମ୍ବଇ, ଦିଲ୍ଲୀର ଘରୋଇ ହସପିଟାଲ୍ଗୁଡିକରେ କରାଯାଇଥିବା ଏକ ତଦନ୍ତରୁ ଜଣାପଡିଛି ଯେ ଘରୋଇ ହସପିଟାଲ ଗୁଡିକ ରୋଗପରୀକ୍ଷା, ଔଷଧ ଓ ଡାକ୍ତରୀ ଉପକରଣ ବିକ୍ରି ବାବଦରେ ପ୍ରାୟ ୧୭୩୭ ପ୍ରତିଶତ ଲାଭ କମାଉଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏନପିପିଏ ପକ୍ଷରୁ କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି ଯେ ହସପିଟାଲ ଗୁଡିକ ଏବାବଦରେ ବଜାର ଦରଠାରୁ ଅନେକ ଗୁଣ ଅଧିକ ମୂଲ୍ୟରେ ରୋଗୀମାନଙ୍କଠାରୁ ଦେୟ ଆଦାୟ କରିଥାନ୍ତି । ଏହା ରୋଗୀଙ୍କ ମୋଟ ବିଲ୍ର ପ୍ରାୟ ଅଧା ହୋଇଥାଏ । ରୋଗୀଙ୍କ ପାଖରେ ଏସବୁ ରୋଗପରୀକ୍ଷା ବା ଓଷଧ ଚଢା ଦରରେ କିଣିବା ଛଡା ଅନ୍ୟ କୌଣସି ଉପାୟ ନଥାଏ । କାରଣ ହସପିଟାଲ ଭିତରେ ଥିବା ଲାବ୍ ବା ଫାର୍ମାସିରୁ କିଣିବା ପାଇଁ ରୋଗୀମାନଙ୍କୁ ହସପିଟାଲ ପକ୍ଷରୁ କୁହାଯାଇଥାଏ । ଅନ୍ୟପକ୍ଷରେ ହସପିଟାଲ ଗୁଡିକ ଔଷଧ କମ୍ପାନି ମାନଙ୍କୁ ଧରି ପ୍ରକୃତ ଏମଆରପିଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ଦର ଲେଖାଇନିଅନ୍ତି । ଏହା ଦ୍ୱାରା ରୋଗୀଙ୍କୁ ଠକିବା ସହଜ ହୋଇଥାଏ । କହିବା ବାହୁଲ୍ୟ ଏହି ଲାଭର ଅଧିକାଂଶଭାଗ ହସପିଟାଲ ପାଖକୁ ଯାଏ ।