ଘରୋଇ ଆଇନ କଲେଜ ଅଧ୍ୟାପକଙ୍କୁ ଉପଯୁକ୍ତ ଦରମା ମାମଲା : ୨ ସପ୍ତାହ ଭିତରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ : ରାଜ୍ୟରେ ଘରୋଇ ଆଇନ କଲେଜ ଗୁଡ଼ିକର ଅଧ୍ୟାପକମାନଙ୍କୁ ଉପଯୁକ୍ତ ଦରମା ପ୍ରଦାନ କରାଯିବା ମାମଲାରେ ରାଜ୍ୟ ସରକାର ଦୁଇ ସପ୍ତାହ ମଧ୍ୟରେ ନିଜ ମତାମତ ସୁପ୍ରିମକୋ‌ର୍ଟଙ୍କୁ ଜଣାଇବେ। ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର ଓ ବିଚାରପତି ବିନିତ ଶରଣଙ୍କ ଖଣ୍ଡପୀଠରେ ହୋଇଥିଲା। ରାଜ୍ୟରେ ଘରୋଇ ଆଇନ କଲେଜର ଅଧ୍ୟାପକମାନଙ୍କୁ ଉପଯୁକ୍ତ ଦରମା ମାମଲାରେ ରାଜ୍ୟ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଘରୋଇ କଲେଜ୍‌ର ଅଧ୍ୟାପକମାନଙ୍କୁ ଉପଯୁକ୍ତ ଦରମା ମିଳୁନଥିବା ତଥା ସେମାନଙ୍କୁ ଉପଯୁକ୍ତ ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ଅନ୍ତର୍ଗତ ଦରମା ଦିଆଯାଉ ବୋଲି କମିିଟି ସୁପାରିସ କରିଥିଲା। ଏହା ଲାଗୁ ନହେବାରୁ ରାଜ୍ୟର ଘରୋଇ ଆଇନ କଲେଜ ଶିକ୍ଷକ ଆସୋସିଏସନ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଘରୋଇ ଆଇନ କଲେଜ ଶିକ୍ଷକ ଆସୋସିଏସନ୍‌ ସପକ୍ଷରେ ହାଇକୋର୍ଟ ରାୟ‌ ‌ଦେବାପରେ ଏହି ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର