ଜୟପୁର: ବାପାମାଆଙ୍କୁ ଭୋଟ୍‌ ଦେବା ପାଇଁ ପ୍ରବର୍ତ୍ତାଇବାକୁ ସଙ୍କଳ୍ପ ନେବେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ

ଜୟପୁର: ମତଦାନ ଅଧିକାର ପ୍ରତି ଯଦିଓ ଲୋକେ ସଚେତନ, ତଥାପି ଭୋଟ୍‌ ଦେବା ପାଇଁ ଅଧିକାଂଶ ସମୟରେ ଲୋକେ ଚାହଁ ନ ଥାନ୍ତି। ବିଶେଷ କରି ଧାଡ଼ିରେ ଠିଆହୋଇ ଉଚ୍ଚ ମଧ୍ୟବିତ୍ତ ପରିବାର ଲୋକେ ଭୋଟ୍‌ ଦେବା ପାଇଁ ଚାହୁଁ ନାହାଁନ୍ତି।ଏହି ସମସ୍ୟାର ସମାଧାନ ପାଇଁ ରାଜସ୍ଥାନ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ବିକଳ୍ପ ବାହାର କରିଛନ୍ତି। ରାଜସ୍ଥାନ ମୁଖ୍ୟ ନିର୍ବାଚନ ଅଧିକାରୀ ଆନନ୍ଦ କୁମାର ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ବାପାମାଙ୍କୁ ଭୋଟ୍‌ ଦେବା ପାଇଁ ପ୍ରବର୍ତ୍ତାଇବେ ବୋଲି ଏକ ସଙ୍କଳ୍ପ ପତ୍ରରେ ଦସ୍ତଖତ କରିବାକୁ କହିଛନ୍ତି। ଯାହାଫଳରେ ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସହରାଞ୍ଚଳରେ ଭୋଟ୍‌ ପ୍ରତିଶତ ବୃଦ୍ଧିି ପାଇବ ବୋଲି ଆନନ୍ଦକୁମାର ଅଶାବାଦୀ ଅଛନ୍ତି।
ସୂଚନାଯୋଗ୍ୟ ଯେ ଗତ ନିର୍ବାଚନରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଏହିପରି ସଙ୍କଳ୍ପ ପତ୍ର ଦସ୍ତଖତ କରିଥିଲେ। ଯାହା ଫଳରେ ଭୋଟ୍‌ ପ୍ରତିଶତ ବୃଦ୍ଧିି ପାଇଥିଲା। ତେବେ ଏଥର ସହରାଞ୍ଚଳରେ ଭୋଟ୍‌ ପ୍ରତିଶତ ବୃଦ୍ଧିି କରିବା ପାଇଁ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏପରି ସଙ୍କଳ୍ପ ପତ୍ର ଦସ୍ତଖତ କରାଇବା ପାଇଁ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ ସହରାଞ୍ଚଳରେ ଭୋଟର ତାଲିକାରେ ନାମ ଥିବା ବହୁ ଭେଟେର ବୁଥକୁ ଯାଇ ଭୋଟ ଦେଇ ନ ଥାନ୍ତି। ତେଣୁ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କ ବାପାମାଆ ଓ ପରିବାର ଲୋକଙ୍କୁ ବୁଝାଇ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇବାକୁ ନିର୍ବାଚନ ଅଧିକାରୀ ଏହି ଉଦ୍ୟମ କରିଛନ୍ତି। କେବଳ ସେଥିିକୁ ନୁହେଁ, ଭୋଟ୍‌ ଦାନ କେନ୍ଦ୍ର ପାଖରେ ଭୋଟ୍‌ ଦେଇସାରି ହାତରେ ଅଲିଭା କାଳି ଦାଗ ସହିତ ବାପାମାଆମାନେ ସେମାନଙ୍କ ପିଲାମାନଙ୍କ ସହିତ ସେଲ୍ଫି ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବାକୁ ଅନୁରୋଧ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଶ୍ରେଷ୍ଠ ସେଲଫିକୁ ୨୦୧୯ ଜାନୁଆରି ୨୫ ତାରିଖରେ ଭୋଟର ଦିବସ ଅବସରରେ ସମ୍ବଦ୍ଧିତ କରାଯିବ।

representative image

 ନିର୍ବାଚନ ସମୟରେ ସରକାରୀ ସ୍କୁଲର ପ୍ରାୟ ୬୫ ଲକ୍ଷ ଛାତ୍ରଛାତ୍ରୀ ସଙ୍କଳ୍ପ ପତ୍ର ଦସ୍ତଖତ କରିଥିଲେ।ଏଥର ନଭେମ୍ବର ୧୨ ତାରିଖରୁ ଏହି ସଙ୍କଳ୍ପପତ୍ର ଦସ୍ତଖତ କରାଯାଇ ଛାତ୍ରଛାତ୍ରୀମାନଙ୍କ ଠାରୁ ସଂଗ୍ରହ କରାଯାଇ ନଭେମ୍ବର ୨୧ ତାରିଖରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରାଯିବ। ଏହି ସଙ୍କଳ୍ପ ପତ୍ର ଦସ୍ତଖତ ଯୋଗୁଁ ୨୦୧୩ ମସିହା ବିଧାନସଭା ନିର୍ବାଚନରେ ପୂର୍ବ ନିର୍ବାଚନ ଠାରୁ ପ୍ରାୟ ୮.୭୫ ପ୍ରତିଶତ ଅଧିକ ଭୋଟ୍‌ ପୁଲିଂ ହୋଇଥିଲା।

ସମ୍ବନ୍ଧିତ ଖବର