ପ୍ରିୟଙ୍କାଙ୍କ ବ୍ୟକ୍ତିଗତ ମତ ରଖିବା ଅଧିକାର ଅଛି: ଜାତିସଂଘ

ନୂଆଦିଲ୍ଲୀ: ଭାରତ ଦ୍ବାରା ଗତ‌ ଫେବ୍ରୁଆରି ୨୬ରେ ହୋଇଥିବା ବାଲାକୋଟ୍‌ ବିମାନ ଆକ୍ରମଣ ପରେ ନିଜ ପ୍ରତିକ୍ରିୟା‌ ପ୍ରକାଶ କରି ପ୍ରିୟଙ୍କା ଚୋପ୍ରା ‘ଜୟ ହିନ୍ଦ ’ ଟ୍ବିଟ୍‌ କରିଥିଲେ। ପାକିସ୍ତାନ ଏହାକୁ ବିରୋଧ କରି ତାଙ୍କୁ ଜାତିସଂଘ ସଦ୍‌ଭାବନା ଦୂତ ପଦରୁ ହଟାଇବାକୁ ଦାବି କରିଥିବାରୁ ଏହାକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରିଛି। ପ୍ରିୟଙ୍କା ଚୋପ୍ରା ଜାତିସଂଘ ସଦ୍‌ଭାବନା ଦୂତ ହେଲେ ମଧ୍ୟ ବ୍ୟକ୍ତିଗତ ଭାବେ ତାଙ୍କର କିଛି ମତ ରଖିବାର ଅଧିକାର ଅଛି ବୋଲି ଜାତିସଂଘର ସେକ୍ରେଟାରି ଜେନେରାଲ୍‌ ଆଣ୍ଟୋନିଓ ଗୁଟ୍‌ରେସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ୍‌ କହିଛନ୍ତି। ପାକିସ୍ତାନର ମାନବିକ ଅଧିକାର ମନ୍ତ୍ରୀ ଶିରୀନ ମଜାରି ପାକିସ୍ତାନର ମାନବିକ ଅଧିକାର ମନ୍ତ୍ରୀ ଶିରୀନ ମଜାରି ଅଭିଯୋଗ କରିଥିଲେ ଯେ ପ୍ରିୟଙ୍କା ପରମାଣୁ ଯୁଦ୍ଧ ପାଇଁ ସମର୍ଥନ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର