ରାଗିଲେ ପ୍ରିୟଙ୍କା ଗାନ୍ଧୀ, କହିଲେ ଏଠାକୁ ଧକ୍କା ମାରିବା ପାଇଁ ଆସିଥିବା ବ୍ୟକ୍ତି ଘରକୁ ଚାଲିଯାଅ

ନୂଆଦିଲ୍ଲୀ : ଗତକାଲି କାଠୁଆ ଗଣଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଇଣ୍ଡିଆ ଗେଟ୍‌ ସାମ୍ନାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ସମୟରେ ଭିଡ଼ ମଧ୍ୟରେ କିଛ ବ୍ୟକ୍ତିି ପ୍ରିୟଙ୍କା ଗାନ୍ଧୀଙ୍କୁ ଧକ୍କା ମାରିଥିଲେ । ଯେଉଁଥିରେ ପ୍ରିୟଙ୍କା କ୍ରୋଧିତ ହୋଇ ଏପରି କରୁଥିବା ବ୍ୟକ୍ତିଙ୍କୁ ସେଠାରୁ ପଳାଇବା ପାଇଁ କହିଥିଲେ । ଏହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇଥିଲା ।
ମିଡ଼ିଆ ରିପୋର୍ଟ ଅନୁଯାୟୀ , କାଠୁଆରେ ଏକ ୮ ବର୍ଷର ନାବାଳିକା ପ୍ରତି ହୋଇଥିବା ବର୍ବର ଦୁଷ୍କର୍ମର ବିରୋଧ ବର୍ତ୍ତମାନ ସାରା ଦେଶ କରୁଛି। ଏହି ବିରୋଧ ପ୍ରଦର୍ଶନରେ ନେତାଠାରୁ ଅଭିନେତା ସମସ୍ତେ ସାମିଲ ହୋଇଛନ୍ତି। କାଠୁଆ ଦୁଷ୍କର୍ମକୁ ବିରୋଧ କରିବାକୁ ଯାଇ ଗତ ସନ୍ଧ୍ୟାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ଗେଟ୍‌ ସାମ୍ନାରେ କ୍ୟାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଯୋଗ ଦେଇଥିବା ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ କିଛି ବ୍ୟକ୍ତି ଧକ୍କା ମାରିଥିଲେ ।

punjabkesari.in

ଏଥିରେ ପ୍ରିୟଙ୍କା କ୍ରୋଧିତ ହୋଇ କହିଥିଲେ, “ଯେଉଁମାନେ ଏଠାକୁ ଧକ୍କା ମାରିବା ପାଇଁ ଆସିଛନ୍ତି ଦୟାକରି ଏଠାରୁ ନିଜ ନିଜ ଘରକୁ ପଳାନ୍ତୁ । ଦୟାକରି ଏଠାରେ ଶାନ୍ତିର ସହ ଶୋଭାଯାତ୍ରାକୁ କରିବାକୁ ଚେଷ୍ଟା କରନ୍ତୁ । ସେହି କାରଣ ବିଷୟରେ ଚିନ୍ତା କରନ୍ତୁ ଯାହା ପାଇଁ ଆପଣ ଏଠାକୁ ଆସିଛନ୍ତି ।” ଏହି ଶୋଭାଯାତ୍ରାରେ ପ୍ରିୟଙ୍କାଙ୍କ ସ୍ୱାମୀ ରୋବର୍ଟ ଭଦ୍ରା ମଧ୍ୟ ସାମିଲ ଥିଲେ । ସେଠାରେ ଲୋକଙ୍କ ଏପରି ବ୍ୟବହାର ଦେଖି ସେ କହିଲେ ଦେଶରେ ପରିବର୍ତ୍ତନର ନିହାତି ଆବଶ୍ୟକତା ରହିଛି ଯେଉଁଠାରେ ମହିଳା ନିଜକୁ ସଂପୂର୍ଣ୍ଣ ସୁରକ୍ଷିତ ଅନୁଭବ କରିବେ ।

ସମ୍ବନ୍ଧିତ ଖବର