ପ୍ରିୟଙ୍କା ୟୁପିରେ ଫେଲ୍‌!

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଦଳରେ ଯୋଗ ଦେବାର ଏହା ମଧ୍ୟରେ ଗୋଟିଏ ବର୍ଷ ବିତିଗଲାଣି। ଉତ୍ତର ପ୍ରଦେଶରେ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ସୁଧାରିବା ପାଇଁ ଏବଂ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭଲ ଫଳ ପାଇଁ ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସରେ ସାମିଲ୍‌ କରାଯାଇଥିଲା। ପ୍ରିୟଙ୍କା ଦଳ ପାଇଁ ଉପାଦେୟ ହେବେ ବୋଲି କଂଗ୍ରେସ ଆଶା କରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରିୟଙ୍କାକୁ ଦଳରେ ସାମିଲ୍‌ କରାଯାଇଥିଲା। ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀ ମଧ୍ୟ ମିଳିଲା। ପ୍ରିୟଙ୍କାଙ୍କ କଂଗ୍ରେସରେ ଯୋଗଦାନ ଏହା ମଧ୍ୟରେ ବର୍ଷେ ବିତିଯାଇଥିଲେ ବି ଉତ୍ତର ପ୍ରଦେଶରେ କଂଗ୍ରେସର ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ।

ଲୋକସଭା ନିର୍ବାଚନରେ କଂଗ୍ରେସର ପାରମ୍ପରିକ ଆମେଥି ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ରାହୁଲଙ୍କୁ ପରାଜିତ ହେବାକୁ ପଡ଼ିଛି। ଖୁବ୍‌ କମ୍‌ ଭୋଟରେ ରାଏବରେଲିରୁ ସୋନିଆ ଗାନ୍ଧୀଙ୍କର ବିଜୟ ହୋଇଛି। ନିର୍ବାଚନ ପ୍ରଚାରରେ ଅଧିକ ଧ୍ୟାନ ଦେବେ ବୋଲି ପ୍ରିୟଙ୍କା ବାରଣାସୀ ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହେଲେ ନାହିଁ। ସେ ରାହୁଲ ଏବଂ ସୋନିଆଙ୍କ ପାଇଁ ପ୍ରଚାର କରିଥିଲେ। ମାତ୍ର ରାହୁଲ ପରାଜୟ ବରଣ କଲେ। ପ୍ରିୟଙ୍କାଙ୍କୁ ‌ନେଇ ଏବେ ଦଳ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର