ଯଦି ରାହୁଲ ଗାନ୍ଧୀ କୁହନ୍ତି, ତେବେ ମୁଁ ବାରଣାସୀରୁ ନିର୍ବାଚନ ଲଢ଼ିବି : ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ଓ୍ଵାୟନାଡ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୨୦୧୯ର ଲୋକସଭା ନିର୍ବାଚନ ଲଢ଼ିବେ କି ନାହିଁ, ସେ ନେଇ ପ୍ରାଶ୍ନବାଚୀ ସୃଷ୍ଟି ହୋଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ସସ୍‌ପେନ୍ସ ରଖି ଆସିଥିବା ବେଳେ ଏବେ ନିର୍ବାଚନ ଲଢ଼ିବାକୁ ନେଇ ନିଜର ବୟାନ ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ କି ନାହିଁ ପ୍ରଶ୍ନ କରାଯିବା ପରେ, ଯଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋତେ ବାରଣାସୀରୁ ନିର୍ବାଚନ ଲଢ଼ିବାକୁ କୁହନ୍ତି । ତେବେ ଯାଇ ମୁଁ ନିର୍ବାଚନ ଲଢ଼ିବି ବୋଲି କହିଥିଲେ ପ୍ରିୟଙ୍କା ।

oneindia.com

ତାଙ୍କର ଏଭଳି ବୟାନ ପରେ ଏବେ ସବୁ କିଛି ରାହୁଲଙ୍କ ଉପରେ ନିର୍ଭର କରେ ବୋଲି ସ୍ପଷ୍ଟ ହୋଇ ଯାଇଛି । ପ୍ରିୟଙ୍କା ପୂର୍ବରୁ ରାହୁଲଙ୍କୁ ପ୍ରିୟଙ୍କାଙ୍କ ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନ କରାଯାଇଥିବା ବେଳେ, ଏହା ପ୍ରିୟଙ୍କା ଇଚ୍ଛା ଉପରେ ନିର୍ଭର କରେ ବୋଲି କହିଥିଲେ ରାହୁଲ । ଏବେ ପ୍ରିୟଙ୍କାଙ୍କ ଏଭଳି ବୟାନ ଚର୍ଚ୍ଚାକୁ ଆହୁରି ଘନୀଭୂତ କରିଛି ।

ସମ୍ବନ୍ଧିତ ଖବର