ବିବାହ ଦିନର ଘଟଣାକୁ ମନେ ପକାଇଲେ ପ୍ରିୟଙ୍କା : ଘରଜ୍ୱାଇଁ ହେବାକୁ ଭଦ୍ରା ଚାହୁଁ ନ ଥିବାରୁ ୧୦ ଜନପଥରେ ରହିବାକୁ ମନା କରିଥିଲେ

ନୂଆଦିଲ୍ଲୀ : କଂଗ୍ରେସର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଥିବା ପ୍ରିୟଙ୍କା ଗାନ୍ଧିଙ୍କ ବିବାହ ଫେବୃଆରି ୧୮,୧୯୯୭ରେ ରବର୍ଟ ଭଦ୍ରାଙ୍କ ସହ ହୋଇଥିଲା । ବିବାହଟି ସୋନିଆଙ୍କ ଗାନ୍ଧି ରହୁଥିବା ୧୦ ଜନପଥ ବାସଭବନରେ ହୋଇଥିବା ବେଳେ ଅତ୍ୟନ୍ତ ନିରାଡମ୍ବର ଶୈଳୀରେ ପ୍ରିୟଙ୍କାଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହରେ ମାତ୍ର ୪ ଜଣ ରାଜନେତା ଯୋଗ ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିଲେ ତତ୍କାଳୀନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା, ତତ୍କାଳୀନ ଉପ ରାଷ୍ଟ୍ରପତି କେ.ଆର୍‌.ନାରାୟଣ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ୍‌.ଡି ଦେବଗୌଡ଼ା ଏବଂ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୀତାରାମ କେଶରୀ ।

ବିବାହରେ ୟୁରୋପିଆନ୍‌, ଇଣ୍ଡିଆନ୍‌ ଏବଂ କଶ୍ମୀର ପଣ୍ଡିତଙ୍କ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ବିବାହ ପୂର୍ବରୁ ୧୦ ଜନପଥକୁ ଦିଲ୍ଲୀ ପୁଲିସ ଏବଂ ଏସ୍‌ପିଜିର ସୁରକ୍ଷାକର୍ମୀମାନେ ଘେରି ରହିଥିଲେ । ବିବାହ ପରେ ରବର୍ଟ ଭଦ୍ରା ୧୦ ଜନପଥରେ ରହିବାକୁ ଚାହୁଁ ନ ଥିବାରୁ ରାତା ରାତି ନବ ଦମ୍ପତିଙ୍କ ପାଇଁ କଡ଼ା ସୁରକ୍ଷା ବଳୟରେ ଥିବା ଲୋଦି ଇଷ୍ଟେଟ୍‌ ବାସଭବନକୁ ସାଜସଜ୍ଜା ଯାଇଥିଲା । ଯେତେବେଳେ ପ୍ରିୟଙ୍କା ନିଜ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ନୂଅ ବଙ୍ଗଳାକୁ ରହିବାକୁ ଆସିଥିଲେ,ସେତେବେଳେ ତାଙ୍କ ସହ ଯୌତୁକ ଆକାରରେ  ୧୨ଜଣ ଏସପିଜି ଯବାନ ଆସିଥିଲେ ।

jansatta.com

ସୂଚନା ମୁତାବକ, ପ୍ରିୟଙ୍କା ରୋଷେଇ କରିବା, ପଢ଼ିବା ଏବଂ ଫଟୋଗ୍ରାଫି କରିବାରେ ବେଶି ରୁଚି ରଖନ୍ତି । ବୁଧବାର ତାଙ୍କୁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ଦିଆ ଯାଇଥିବା ବେଳେ ଫେବୃଆରି ପ୍ରଥମ ସପ୍ତାହରେ ସେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର