ପ୍ରିୟଙ୍କାଙ୍କୁ ପୁଲିସ୍‌ ଅଟକ ରଖିବା ସଂପର୍କରେ ମୁହଁ ଖୋଲିଲେ ରାହୁଲ, କହିଲେ ଏହା ବେନିୟମ

ନୂଆଦିଲ୍ଳୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପୁଲିସ୍‌ ଅଟକ ରଖିଥିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧୀ। ରାହୁଳ ଗାନ୍ଧୀ ଟ୍ଵିଟ୍‌ରେ ଏକ ପୋଷ୍ଟ୍‍ କରି ଲେଖିଛନ୍ତି ଯେ ୟୁପିର ସୋନଭଦ୍ରାଠାରେ ପ୍ରିୟଙ୍କାଙ୍କୁ ବେନିୟମ ଭାବେ ଗିରଫ କରାଯାଇଛି। ତାଙ୍କୁ ଅଯଥାରେ ହଇରାଣ କରାଯାଇଛି। ଏହା ହେଉଛି କ୍ଷମତାର ବଳ।

ଉଲ୍ଳେଖଯୋଗ୍ୟ, ସୋନଭଦ୍ରା ଜିଲ୍ଳା ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୁଲିସ୍‌ ଅଟକ ରଖିଥିବା ଜାଣିବାକୁ ମିଳିଛି। ସେଠାରେ ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ପୁଲିସ୍‌ ଏହି ପଦକ୍ଷେପ ନେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର