ଧାରା ୩୭୦କୁ ନେଇ ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ମନ୍ଦ ଆଚରଣ ଦେଖାଇଲେ ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ସୋନଭଦ୍ରା ଯାଉଥିବା ବେଳେ ତାଙ୍କ ସଚିବ ଜଣେ ସାମ୍ବାଦିକଙ୍କୁ ମନ୍ଦ ଆଚରଣ ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଗଣମାଧ୍ୟମ ବ୍ୟକ୍ତି ଜଣକ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି

ପୀଡ଼ିତ ମୃତ୍ୟୁଞ୍ଜୟ କୁମାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏ ଘଟଣାକୁ ନେଇ ଏକ ଭିିଡିଡ ମଧ୍ୟ ଟ୍ଵିଟ୍‌ କରିଛନ୍ତି।

ଜାଣିବାକୁ ମିଳିଛି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ସାମ୍ବାଦିକ ଜଣକ ପ୍ରିୟଙ୍କାଙ୍କୁ ପ୍ରଶ୍ନ ପଚାରିବା ସମୟରେ ଏପରି ଘଟିଛି।

ସମ୍ବନ୍ଧିତ ଖବର