ସୋନଭଦ୍ର ହତ୍ୟାକାଣ୍ଡ ପୀଡ଼ିତ ପରିବାରର ଦୁଃଖ ଶୁଣି କାନ୍ଦି ପକାଇଲେ ପ୍ରିୟଙ୍କା,ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଦେବ କଂଗ୍ରେସ

ବାରଣାସୀ: ଉତ୍ତରପ୍ରଦେଶ ସୋନଭଦ୍ର ହତ୍ୟାକାଣ୍ଡ ପୀଡ଼ିତ ପରିବାରର ଦୁଃଖ ଶୁଣି ସେ କାନ୍ଦି ପକାଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିସହ ପ୍ରତି ପୀଡ଼ିତ ପରିବାରକୁ କଂଗ୍ରେସ ୧୦ ଲକ୍ଷ ଟଙ୍କାର ସହାୟତା ଦେବ ବୋଲି ଘୋଷଣା କରିଛନ୍ତି। ଗତକାଲି ସୋନଭଦ୍ରା ହତ୍ୟାକାଣ୍ଡ ପୀଡିତଙ୍କ ପରିବାରକୁ ପ୍ରିୟଙ୍କା ଭେଟିବାକୁ ଦିଆ ନ ଯାଇ ତାଙ୍କୁ ଗିରଫ କରାଯାଇଥିଲା । ଶେଷରେ ମିର୍ଜାପୁର ଚୁନାର ଗେଷ୍ଟ ହାଉସରେ ଅଟକ ଥିବା ପ୍ରିୟଙ୍କାଙ୍କ ନିକଟରେ ପହଞ୍ଚିଥିଲେ ପୀଡିତଙ୍କ ପରିବାର । ଆଉ ସେଠାରେ ପ୍ରିୟଙ୍କାଙ୍କୁ ଭେଟିଛନ୍ତି ପୀଡ଼ିତ ପରିବାର। ଏହାକୁ ନେଇ ଯୋଗୀ ସରକାରକୁ ଘେରିଛି ଉତ୍ତରପ୍ରଦେଶ କଂଗ୍ରେସ । ଗତକାଲି ସୋନଭଦ୍ର ଯିବାବେଳେ ଅଧା ବାଟରୁ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା ୟୁପି ପୁଲିସ ।

ଗେଷ୍ଟ ହାଉସରେ ସାରା ରାତି ବିନା ବିଜୁଳିରେ ରହିଥିଲେ ପ୍ରିୟଙ୍କା ଗାନ୍ଧି । ମୃତକଙ୍କ ପରିବାରକୁ ଭେଟି ହିଁ ସେ ଫେରିବେ ବୋଲି ଜିଦରେ ଅଟଳ ଥିଲେ । ୧୦ ଜଣଙ୍କୁ ଜମିବିବାଦକୁ ନେଇ ହତ୍ୟା କରାଯିବା ପରେ ସାରା ସୋନଭଦ୍ର ଅଂଚଳରେ ଲାଗି ରହିଛି ଚାପା ଉତ୍ତେଜନା । ଏପରି ସ୍ଥିତିରେ ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମୃତକଙ୍କ ପରିବାରକୁ ସାକ୍ଷାତ କରିବାକୁ ସମର୍ଥକଙ୍କ ସହ ବାହାରିବା ପରେ ନାରାୟଣପୁର ପୁଲିସ ଷ୍ଟେସନ ନିକଟରେ ପ୍ରିୟଙ୍କାଙ୍କ ଗାଡି ଅଟକାଇଥିଲା ପୋଲିସ । ସେହି ଠାରେ ଧାରଣାରେ ବସିଥିଲେ ପ୍ରିୟଙ୍କା । ଅନ୍ୟ ଉପାୟ ନପାଇ ପୋଲିସ ତାଙ୍କୁ ଉଠାଇ ଗେଷ୍ଟ ହାଉସରେ ରଖିଥିଲା ।

ସେପଟେ ପୀଡ଼ିତ ପରିବାରଙ୍କୁ ଭେଟିବା ପରେ ପୁଣି ଥରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପୀଡ଼ିତ ପରିବାର ୧୫ ଜଣ ଲୋକ ପ୍ରିୟଙ୍କାଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ହେଁ ମାତ୍ର ୨ ଜଣ ତାଙ୍କୁ ଭେଟିପାରିଥିଲେ । ଅନ୍ୟମାନଙ୍କୁ ଗେଷ୍ଟ ହାଉସ ବାହାରେ ହିଁ ରୋକି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର