କଶ୍ମୀର ସ୍ଥିତି ଅଣାୟତ୍ତ, ବରଫ ଅତଡ଼ା ତଳୁ ୭ ଜଣଙ୍କ ମୃତଦେହ ଉଦ୍ଧାର ଗ୍ରାମବାସୀଙ୍କୁ ସ୍ଥାନାନ୍ତର

ଶ୍ରୀନଗର: କଶ୍ମୀର ସ୍ଥିତି ଏବେ ସାଂଘାତିକ। ପ୍ରବଳ ବରଫପାତ ଜାରି ରହିଥିବାରୁ ଜୀବନ ଯାତ୍ରା ଠପ୍‌ ହୋଇଯାଇଛି। ଗତକାଲି କୁଲଗାମ୍‌ ଜିଲ୍ଲାର ଜବାହର ଟନେଲ୍‌ରେ ଏକ ପୁଲିସ ପୋଷ୍ଟ୍ ଭୁଶୁଡ଼ି ପଡ଼ିବା ଫଳରେ ୬ ପୁଲିସଙ୍କ ସମେତ ୧୦ ଜଣ ପୋତି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବ‌ା ବେଳେ ଆଜି ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ, ସୋପିଆନ୍‌, ପୁଲ୍‌ୱାମା ଏବଂ କୁଲଗାମ୍‌‌ରେ ପ୍ରବଳ ବରଫପାତ ହେଉଛି। ପାର୍ବତ୍ୟାଞ୍ଚଳ ଗୁଡ଼ିକରେ ସ୍ଥିତି ଅଣାୟତ୍ତ ହୋଇଉଠିଛି। ଆଜି କୁଲଗାମ୍‌ ଅଂଚଳରୁ ହଜାର ହଜାର ‌ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅତ୍ୟନ୍ତ ଦୁର୍ଗମ ଅଂଚଳରୁ ବି ୬୦ ଆଦିବାସୀ ପରିବାରଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। କୁଲଗାମ୍‌ରେ ୧୬ ଇଞ୍ଚ୍‌ ବରଫ ଜମା ହୋଇଛି। ସୋପିଆନ୍‌ରେ ମଧ୍ୟ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ସମ୍ବନ୍ଧିତ ଖବର