ଭୋପାଳ: ମନ୍ଦସୌରସ୍ଥିତ ରାଜୀବ ଗାନ୍ଧୀ ପିଜି କଲେଜର ଜଣେ ପ୍ରଫେସର ଜଣେ ଏବିଭିବି ଛାତ୍ରଙ୍କ ପାଦ ଛୁଇଁବାକୁ ଉଦ୍ୟମ କରୁଥିବା ଦୃଶ୍ୟ ସମ୍ବଳିତ ଭିଡିଓ ଏବେ ଭାଇରାଲ୍ ହୋଇଛି।
ଏବିଭିପି ଛାତ୍ରମାନଙ୍କୁ ସ୍ଲୋଗାନ୍ ଦେବାରୁ ବିରତ କରିବାକୁ ଉଦ୍ୟମ କରିଥିବା ସେ ପ୍ରଫେସର୍ଙ୍କୁ ବୁଧବାର ଦିନ ଦେଶଦ୍ରୋହୀ ବୋଲି ହାଲ୍ଲା କରାଯିବାରୁ ଏଭଳି ଘଟନା ଘଟିଥିଲା। ଛାତ୍ରମାନଙ୍କର ଅଭିଯୋଗ ପ୍ରଫେସର୍ ସେମାନଙ୍କୁ ‘ଭାରତ ମାତା କି ଜୟ’ ନ କୁହାଇ ଦେବାକୁ ଉଦ୍ୟମ କରିଥିଲେ। ସେମାନେ ତାଙ୍କୁ କ୍ଷମା ଯାଚନା କରିବାକୁ କହି ତାଙ୍କ ଦେଶପ୍ରେମ କଥା ପଚାରିଥିଲେ। ଜବାବ ଦେବାକୁ ଯାଇ ପ୍ରଫେସର୍ ଛାତ୍ରମାନଙ୍କ ପାଦ ଛୁଇଁବାରୁ ଛାତ୍ରମାନେ ପ୍ରଥମେ ଆଘାତ ପାଇ ଲାଜୁରା ହୋଇ ଯାଇଥିଲେ।
ଭିଡିଓରେ ଦେଖାଯାଉଛି ପ୍ରଫେସର ଛାତ୍ରମାନଙ୍କୁ ପାଖକୁ ଡାକୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକଙ୍କୁ ପଛରେ ଗୋଡ଼ାଉଛନ୍ତି ଏବଂ କ୍ଷମା ମାଗିବେ ବୋଲି ବିଦ୍ରୂପ କଲାଭଳି ସ୍ୱରରେ କହି ଚାଲିଛନ୍ତି।
କଲେଜର ପ୍ରିନ୍ସିପାଲ୍ ରବୀନ୍ଦ୍ର ସୋହନି କହନ୍ତି: ପ୍ରଫେସର୍ଙ୍କ ବିରୋଧରେ ଅଭିଯୋଗ ଭୁଲ୍।