ମାତୃଭାଷା ଦିବସ ଅବସରରେ ଆର୍‌ବିଏମ୍‌ ପକ୍ଷରୁ ‘ମାତୃଭାଷା ଓ ଜାତିଗଠନ’ ଶୀର୍ଷକ ଆଲୋଚନାଚକ୍ର

ନୂଆଦିଲ୍ଲୀ : ମାତୃଭାଷା ଦିବସ ଅବସରରେ ଦିଲ୍ଲୀ ଆଇଆଇଟିର ଭାରତୀ ସ୍କୁଲ୍‌ ଅଫ୍‌ ଟେଲିକମ୍ୟୁନିକେସନ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜ୍‌ମେଣ୍ଟଠାରେ ସ୍ବେଚ୍ଛାସେବୀ ସଂଗଠନ ‘ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ’ (ଆର୍‌ବିଏମ୍‌) ପକ୍ଷରୁ ‘ମାତୃଭାଷା ଓ ଜାତି ଗଠନ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ପ୍ରଖ୍ୟାତ ଶିଳ୍ପପତି ତଥା ଆର୍‌ଏସ୍‌ଏସ୍‌ ପ୍ରାନ୍ତ କାର୍ଯ୍ୟବାହ ଭାରତ ଭୂଷଣ, ଜେଏନ୍‌ୟୁ ଆଦିକବି ଶାରଳା ଦାସ ଚେୟାର୍‌ର ପ୍ରଫେସର ଉଦୟନାଥ ସାହୁ, ସ୍କୁଲ୍‌ ଅଫ୍‌ ଓପନ୍‌ ଲାଙ୍ଗୁଏଜ୍‌ର ନିର୍ଦ୍ଦେଶକ ଡ.ବଳରାମ ପାଣି, ଭୂତପୁର୍ବ ରାଷ୍ଟ୍ରପତି କେ.ଆର୍‌.ନାରାୟଣଙ୍କ ଓଏସ୍‌ଡି ତଥା ପିଏମ୍‌ଓର ପୂର୍ବତନ ନିର୍ଦ୍ଦେଶକ ଏସ୍‌.ଏନ୍‌.ସାହୁ, ରେଳବାଇ ବୋର୍ଡର ସଚିବ ସୁଶାନ୍ତ ମିଶ୍ର, ସୁପ୍ରିମକୋର୍ଟର ଜଣାଶୁଣା ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜାତି ଗଠନରେ ମାତ୍ୃଭାଷ‌ାର କିଭଳି ବଳିଷ୍ଠ ଭୂମିକା ରହିଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀ ଭୂଷଣ ପୂର୍ବପାକିସ୍ତାନରେ କିଭଳି ପାକିସ୍ତାନ ସରକାର ଉର୍ଦ୍ଦୁ ଭାଷା ଲଦିବା ପାଇଁ ଉଦ୍ୟମ କରିଥିଲେ ଏବଂ ମାତ୍ର, ସେଠାକାର ଅଧିବାସୀ ବାଂଲା ସେମାନଙ୍କର ମାତୃଭାଷା ହୋଇଥିବାରୁ ଏହା କହିବା ପାଇଁ ଅଡ଼ି ବସିଥିଲେ, ଏବଂ ଯାହାକୁ ନେଇ ସଂଘର୍ଷ ହୋଇଥିଲା, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥିମାନେ ଶିଶୁ କେବଳ ଜନ୍ମହେବା ପରେ ନୁହେଁ ମାତୃଗର୍ଭରେ ଥିବାବେଳେ ମାତୃଭାଷା ଶିକ୍ଷା ଲାଭ କରିଥାଏ ବୋଲି କହିଥିଲେ। ଏବଂ ମାତୃଭାଷାର ପ୍ରଚାର ଓ ପ୍ରସାର ପାଇଁ ଆହ୍ବାନ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଆର୍‌ଏସ୍‌ଏସ୍‌ ପ୍ରାନ୍ତଭାଷା ପ୍ରମୁଖ ଏସ୍‌.ଶ୍ରୀନିବାସ, ଇଗ୍ନୋର ଭାଇସ୍‌ ଚାନେ୍‌ସଲର୍‌ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ, ଦିଲ୍ଲୀ ଆଇଆଇଟି ସ୍କୁଲ୍‌ ଅଫ୍‌ ଇଲେକ୍ଟ୍ରିକାଲର ଆସୋସିଏଟ୍‌ ଡିନ୍‌ ଡ. ସୁକୁମାର ମିଶ୍ର, ପଞ୍ଚାୟତିରାଜ ମନ୍ତ୍ରାଳୟର ଯୁଗ୍ମ ସଚିବ ଡ. ଏସ୍‌.କେ ପାଟ୍ଟଯୋଶୀ, ଆଇସିଏସ୍‌ଆଇର ନିର୍ଦ୍ଦେଶକ ଡ. ଏସ୍‌ କେ ଜେନା, ଡ. ବିଶ୍ବଭୂଷଣ ଦାସ, ମୃତ୍ୟୁଞ୍ଜୟ ରାଉତ, ଏନ୍‌ଆଇଓସିର ସହକାରୀ ନିର୍ଦ୍ଦେଶକ, ଡ. ସୁକାନ୍ତ ମହାପାତ୍ର, ଡ. ଅମରେନ୍ଦ୍ର ପାଣି, ଡ. ମହେଶ ଦେବତା, , ଡ. ସରୋଜ ମହାନନ୍ଦ, ଡ. ଶୈଳେନ୍ଦ୍ର ସ୍ବାଇଁ, ଡ. ମାନସ ଧଳ, ପ୍ରଫେସର ସନ୍ତୋଷ ପଣ୍ଡା, ଅର୍ଚ୍ଚନା ପରିଡ଼ା, ନିବେଦିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଶୈଳେନ୍ଦ୍ର ସ୍ବାଇଁ ସ୍ବାଗତ ଭାଷଣ ଦେଇଥିଲେ। ଆର୍‌ବିଏମ୍‌ର ସଭାପତି ସଂଗ୍ରାମ ପଟ୍ଟନାୟକ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ, ରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚର ସାଧାରଣ ସମ୍ପାଦକ ତାପସ ରଂଜନ ପରିଡ଼ା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର