‘ପ୍ରଗତି କାର୍ଯ୍ୟକ୍ରମ’: ୧୨ଟି ରାଜ୍ୟର ପ୍ରକଳ୍ପ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ପ୍ରଗତି କାର୍ଯ୍ୟକ୍ରମ’ର ୨୫ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସମେତ ୧୨ଟି ରାଜ୍ୟର ୧୦ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା, ହିମାଚଳ ପ୍ରଦେଶ,ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଆସାମ, ସିକିମ, ପଶ୍ଚିମବଙ୍ଗ, ବିହାର, ତାମିଲନାଡ଼ୁ ଓ ଝାଡଖଣ୍ଡର ରେଳବାଇ, ସଡ଼କ, ପ୍ରେଟୋଲିୟମ, ଶକ୍ତି, କୋଇଲା, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ପର୍କିତ ୧୦ଟି ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ପ୍ରଗତିର ସମୀକ୍ଷା କରାଯାଇଛି। ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଫେଲୋସିପ୍‌ ଓ ଛାତ୍ରବୃତ୍ତି ଯୋଜନାର ସମୀକ୍ଷା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦି ୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ସମ୍ପର୍କିତ ସମୁଦାୟ ୨୨୭ଟି ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିସାରିଛନ୍ତି।

ସମ୍ବନ୍ଧିତ ଖବର