ସିବିଆଇ ହାତରେ ଲାଗିଲା ପ୍ରମାଣ, ୬ ଦିନ ଭିତରେ ଗିରଫ ହୋଇପାରନ୍ତି ମମତାଙ୍କ ଘନିଷ୍ଠ ପୁଲିସ୍‌ କମିସନର ରାଜୀବ କୁମାର

କୋଲକାତା: ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଆଇ) ହାତରେ ପୂର୍ବତନ କୋଲକାତା ପୁଲିସ୍‌ କମିସନର ରାଜୀବ କୁମାରଙ୍କ ବିଷୟରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସିବିଆଇ ତଦନ୍ତରୁ ଜାଣିବାକୁ ପାଇଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ତଥା କୋଲକାତାର ପୂର୍ବ ପୁଲିସ୍‌ କମିସନର ରାଜୀବ କୁମାର ଶାରଦା ଟିଟ୍‌ଫଣ୍ଡର ଜଣେ କର୍ମଚାରୀଙ୍କ ସହ ପ୍ରାୟ ୫ ଥର ଫୋନ୍‌ରେ କଥା ହୋଇଛନ୍ତି। ସେହି କର୍ମଚାରୀ ଜଣକ ରାଜୀବ କୁମାରଙ୍କ ସହ ହେଉଥିବା କଥା ସବୁ ଶାରଦା ଚିଟ୍‌ଫଣ୍ଡର୍‌ ମାଷ୍ଟରମାଇଣ୍ଡ୍‌ ସୁଦିପ୍ତା ସେନଙ୍କୁ ରିପୋର୍ଟ କରୁଥିଲେ।

ରାଜୀବ କୁମାର ବିଧାନ ନଗର କମିସନର ଅଫ୍‌ ପୁଲିସ୍‌ ଥିବା ସମୟରେ ଏହି ଫୋନ୍‌ କଲ୍‌ ହୋଇଥିବା ଜାଣିବାକୁ ମିଳିଛି। ତେବେ, ଏହି କଲ୍‌ ସଂପର୍କରେ ଆଉ ସେପରି କୌଣସି ବିଶେଷ ତଥ୍ୟ ପ୍ରଘଟ କରାଯାଇ ନାହିଁ। ୬ ଦିନ ଭିତରେ ରାଜୀବ କୁମାରଙ୍କୁ ଗିରଫ କରାଯିବ ବୋଲି ସିବିଆଇ ପକ୍ଷରୁ ଇଙ୍ଗିତ ଦିଆଯାଇଛି।

Deccan Herald

ଶାରଦା ଟିଟ୍‌ଫଣ୍ଡ ଓ ସେଥିରେ କମିସନର ରାଜୀବ କୁମାରଙ୍କ ସଂପୃକ୍ତି ଏକ ରାଜନୈତିକ ପ୍ରସଙ୍ଗ ପାଲଟି ଯାଇଛି। ଭାରତୀୟ ଜନତା ପାର୍ଟି(ବିଜେପି) ଅଭିଯୋଗ ଆଣି କହିଥିଲା ଯେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ଅନେକ ସଦସ୍ୟଙ୍କର ଏଥିରେ ସଂପୃକ୍ତି ରହିଛି। ପରେ ଟିଏମ୍‌ସି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ରାଜନୈତିକ ସ୍କୋର୍‌ ହାସଲ କରିବା ପାଇଁ ବିଜେପି ଏହି ମାମଲାରେ ଜାତୀୟ ତଦନ୍ତକାରୀ ଦଳକୁ ଜରିଆ କରୁଛି।

ସମ୍ବନ୍ଧିତ ଖବର