ଇମ୍ଫା ଆନ୍ଦୋଳନ : ପ୍ରତିକ୍ରିୟା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ନୂଆଦିଲ୍ଲୀ : ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କମ୍ପାନି ବିରୋଧରେ ଆନ୍ଦୋଳନକୁ ନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ରକ୍ଷା କରିବା ଓ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଯେଉଁଭଳି ଭାବେ ନୀରିହ ଆଦିବାସୀ ଲୋକଙ୍କୁ ଉତ୍ତ୍ୟକ୍ତ କରି ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀମାନେ ଆତଙ୍କିତ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ନିରଞ୍ଜନ କହିଛନ୍ତି। ଏହା ରାଜ୍ୟରେ ଶିଳ୍ପ ବିକାଶରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଅଧିକ ଜଟିଳ କରିବ ବୋଲି ସେ ଆଶଙ୍କା କରିଛନ୍ତି। ସେଠାକାର ପରିସ୍ଥିତି ପାଇଁ ରାଜ୍ୟ ସରକାର ହିଁ ଦାୟୀ। ତେଣୁ ସରକାର ରାଜନୀତି ଛାଡ଼ି ରାଜଧର୍ମ ପାଳନ କରନ୍ତୁ ଓ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ତଥା ଶିଳ୍ପ କିଭଳି ଭାବେ କାର୍ଯ୍ୟ କରିବ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର