ଏକ୍ସପ୍ରେସ୍‌-େଓ୍ଵକୁ ବିରୋଧ, ଯୋଗେନ୍ଦ୍ର ଯାଦବ ଗିରଫ

ନୂଆଦିଲ୍ଲୀ: ସମେଲ-ଚେନ୍ନାଇ ଏକ୍ସପ୍ରେସ୍‌-େଓ୍ଵକୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ଉସୁକାଉଥିବା ଅଭିଯୋଗରେ ଆଜି ତାମିଲନାଡ଼ୁର ତିରୁବନ୍ନାମଲାଇରେ ସାମାଜିକ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ଯାଦବଙ୍କୁ ପୁଲିସ ଗିରଫ କରିଛି। ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ଡିଏମ୍‌କେ ସମାଲୋଚନା କରିଛି। ଯୋଗେନ୍ଦ୍ର କହିଛନ୍ତି ଯେ ସେ କୃଷକଙ୍କୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଓ ତାଙ୍କ ସାଥୀମାନଙ୍କୁ ପୁଲିସ ଗିରଫ କରିନେଇଥିଲା। ପୁଲିସ ମାରପିଟ୍‌ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତେବେ ତାମିଲନାଡ଼ୁ ପୁଲିସ ଏହାକୁ ଖଣ୍ଡନ କରି କହିଛି ଯେ କୌଣସି ଅନୁମତି ନନେଇ ସିଧାସଳଖ ରାସ୍ତାରୋକ ଆନ୍ଦୋଳନ ପାଇଁ ମସୁଧା ହୋଇଥିବାରୁ ସେମାନଙ୍କୁ ଏଥିରୁ ବାରଣ କରାଯାଇଥିଲା।

ସମ୍ବନ୍ଧିତ ଖବର