ଶ୍ରୀନଗରରେ ପାକିସ୍ତାନୀ ଓ ଆଇଏସ୍‌ଆଇଏସ୍‌ ପତାକା ଉଡ଼ାଇଲେ ପ୍ରତିବାଦକାରୀ; ଇଦ୍‌ ନମାଜ ପରେ ଯବାନ୍‌ଙ୍କ ଉପରକୁ ଢେଲାମାଡ଼

ଶ୍ରୀନର: ଇଦ୍‌ ଅଲ୍‌-ଅଦା ଦିନ କେତେକ ପ୍ରତିବାଦକାରୀ ପାକିସ୍ତାନୀ ଜାତୀୟ ପତାକା ଓ ଆଇଏସ୍‌ଆଇଏସ୍‌ ସଙ୍କେତ ଥିବା ପତାକା ଧରି ଶ୍ରୀନଗର ରାସ୍ତା ଉପରକୁ ଚାଲି ଆସିଥିଲେ। ନିରାପତ୍ତା ବଳଙ୍କ ଉପରକୁ ଅଚିହ୍ନା ଲୋକମାନେ ଢେଲା ମଧ୍ୟ ଫିଙ୍ଗି ଥିଲେ।

ବୁଧବାର ଦିନ ସହରବାସୀମାନେ ଇଦ୍‌ ଅବସରରେ ସକାଳ ନମାଜ୍‌ ପାଇଁ ଏକତ୍ର ହେବା ପରେ ଘଟଣାଟି ଘଟିଥିଲା।

ଫୁଟେଜ୍‌ରେ ଦେଖା ଯାଉଛି, ପ୍ରତିବାଦକାରୀମାନେ ‘ମୁସା ଆର୍ମି’ ଲେଖାଥିବା କଳା ପତାକା ଧରି ଥିଲେ। ଅଲ୍‌-କାଏଦାଙ୍କ ସହ ସମ୍ପୃକ୍ତି ଥିବା ଏକ ସଂଗଠନର ମୁଖ୍ୟ ଜାକିର ମୁସାଙ୍କୁ ଏମାନେ ସମର୍ଥନ କରୁଥିବା କଥା କୁହାଯାଉଛି।

ପରେ ନିରାପତ୍ତା ବଳ ଏବଂ ପ୍ରତିବାଦକାରୀଙ୍କ ମଧ୍ୟରେ ବଡ଼ ସଂଘର୍ଷ ଘଟିଥିଲା।

ସମ୍ବନ୍ଧିତ ଖବର