ଜେଏନ୍‌ୟୁରେ ଛାତ୍ର ଅଶାନ୍ତି ତେଜିଲା; ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ସଂସଦ ଘେରାଉ ପାଇଁ ବାହାରିଥିବା ଛାତ୍ରଙ୍କୁ ମଝିବାଟରେ ଅଟକାଇଲା ପୁଲିସ୍‌

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି’ ବୃଦ୍ଧିକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଛାତ୍ର ଅଶାନ୍ତି ପ୍ରଶମିତ ହେବାର ନଁା ଧରୁନାହିଁ। ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ, ଆଜିଠାରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଜେଏନ୍‌ୟୁର ସହସ୍ରାଧିକ ଛାତ୍ର ସଂସଦ ଭବନ ଘେରାଉ କରିବା ଉଦ୍ଦେଶ୍ୟରେ ବାହରିଥିବା ବେଳେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ମଝିବାଟରେ ଅଟକାଇ ଦେଇଛି। ଏହି ଘଟଣାକୁ କେନ୍ଦ୍ରକରି ଜେଏନ୍‌ୟୁ କ୍ୟାମ୍ପସ୍‌ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ୟାମ୍ପସ ବାହାରେ ବ୍ୟାପକ ପୁଲିସ୍‌ ମୁତୟନ କରାଯିବା ସହ ପୂରା ଜେଏନ୍‌ୟୁ କ୍ୟାମ୍ପସକୁ ପୁଲିସ୍‌ ନିଜର ବ୍ୟାରେକେଡ୍‌ ମଧ୍ୟରେ ବନ୍ଦୀକରି ରଖିଦେଇଛି।

The Tribune

ଅନ୍ୟପକ୍ଷରେ ଛାତ୍ରମାନଙ୍କୁ ବାହରକୁ ନଛାଡ଼ି କ୍ୟାମ୍ପସ୍‌ ମଧ୍ୟରେ ଅଟକ ରଖିବା ଉଦ୍ଦେଶ୍ୟରେ କରାଯାଇଥିବା ବ୍ୟାପକ ପୁଲିସ୍‌ ବନ୍ଦୋବସ୍ତକୁ ଜେଏନ୍‌ୟୁ ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ନିନ୍ଦା ଓ ବିରୋଧ କରାଯାଇଛି। ଛାତ୍ରମାନଙ୍କୁ ସଂସଦ ଭବନ ଅଭିମୁଖେ ଯିବାରୁ ନିବୃତ୍ତ ରଖିବା ପାଇଁ ପୁଲିସ୍‌ର ଏପ୍ରକାରର ଉଦ୍ୟମର ତୀବ୍ର ବିରୋଧ କରିଛି ଜେଏନ୍‌ୟୁ ଶିକ୍ଷକ ସଂଘ। ଛାତ୍ରମାନେ ବର୍ତ୍ତମାନ ପ୍ରର୍ଯ୍ୟନ୍ତ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଉପାୟରେ ସେମାନଙ୍କ ଆନ୍ଦୋଳନ ଚଳାଇ ରଖିଥିବା ବେଳେ ପୁଲିସ୍‌ ପ୍ରଶାସନର ଏପ୍ରକାର ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିଛି ଜେଏନ୍‌ୟୁ ଶିକ୍ଷକ ସଂଘ।

ତେବେ, ଫି’ ବୃଦ୍ଧିକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା ଛାତ୍ର ଅଶାନ୍ତିକୁ ଦୂର କରିବା ପାଇଁ ସରକାର ସମସ୍ତ ପକ୍ଷଙ୍କୁ ନେଇ ଗଠିତ କରିଥିବା ତିନି ଜଣିଆ କମିଟି ଏହି ବିବାଦର ସମାଧାନ କରିବାରେ ସମର୍ଥ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର