ପବ୍‌ଜୀ ନିଶା : ଗେମିଙ୍ଗ ପାର୍ଟନରଙ୍କୁ ବିବାହ କରିବା ପାଇଁ ସ୍ୱାମୀକୁ ଛାଡ଼ପତ୍ର ମାଗିଲେ ମହିଳା 

ଅହମ୍ମଦାବଦ୍‌ : ଗୁଜୁରାଟର ଅହମ୍ମଦାବାଦ୍‌ରେ ଜଣେ ମହିଳା ପବ୍‌ଜୀ ଗେମ୍‌ ପାଇଁ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୂର୍ବରୁ ଏହି ଗେମ୍‌କୁ ନେଇ ଅନେକ ବିବାଦ ଦେଖା ଯାଇଥିବା ବେଳେ କିଛି ରାଜ୍ୟରେ ଏହି ଗେମ୍‌ ଉପରେ ପ୍ରତିବନ୍ଧକ ମଧ୍ୟ ଲଗା ଯାଇଥିଲା । କିନ୍ତୁ ଏବେ ଗୁଜୁରାଟର ଏହି ଘଟଣା ବିବାଦକୁ ପୁଣି ଥରେ ତେଜିଛି । ଅହମ୍ମଦାବାଦ୍‌ରେ ରହୁଥିବା ଜଣେ ମହିଳା ହେଲ୍‌ପଲାଇନ୍‌ ନମ୍ବରକୁ ଫୋନ କରି ସ୍ୱାମୀକୁ ଛାଡ଼ପତ୍ର ଦେବାକୁ ଚାହୁଁଛି ବୋଲି କହିବା ସହ ଗେମିଙ୍ଗ ପାର୍ଟନରଙ୍କୁ ବିବାହ କରିବାକୁ ଚାହୁଁଛି ବୋଲି କହିଛନ୍ତି, ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Latest laws

ହେଲ୍‌ପଲାଇନ୍‌ ଅଭ୍ୟମ୍‌-୧୮୧ର କର୍ମଚାରୀଙ୍କ କହିବା ଅନୁଯାୟୀ, ମହିଳାଙ୍କ ଫୋନ କଲ ପାଇବା ପରେ ଆମର ଏକ ଟିମ୍‌ ଯାଞ୍ଚ ପାଇଁ ତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ପହଞ୍ଚିବା ପରେ, ମହିଳାଜଣଙ୍କ ପରିବାର ଏବଂ ସ୍ୱାମୀଙ୍କୁ ଅଣଦେଖା କରି ସବୁ ବେଳେ ପବ୍‌ଜୀ ଗେମ୍‌ ଖେଳୁଥିବା ଜଣା ପଡ଼ିଲା । କାହା କଥା ନ ଭାବି ସେ ସବୁ ବେଳେ ନିଜ ଗେମିଙ୍ଗ ପାର୍ଟନରଙ୍କ ସହ ଗେମ୍‌ ଖେଳିଥାନ୍ତି । ଏଥି ପାଇଁ ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଶେଷରେ ମହିଳାଜଣଙ୍କ ଛାଡ଼ପତ୍ର କଥା ଚିନ୍ତା କରିଥିଲେ । ସବୁ ଘଟଣା ଜାଣିବା ପରେ ଆମ ଟିମ୍‌ ମହିଳାଙ୍କୁ ନିଜ ନିଷ୍ପତ୍ତି ଉପରେ ଦ୍ୱିତୀୟ ଥର ଭାବିବା ପାଇଁ କହିଛନ୍ତି ।

ସମ୍ବନ୍ଧିତ ଖବର