ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ: ‘ଉରି:ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଟିମ୍‌ ସହିଦମାନଙ୍କ ପରିବାରକୁ ଦେଲେ ୧ କୋଟି ଟଙ୍କା

ମୁମ୍ବାଇ: ଜମ୍ମୁ କାଶ୍ମୀରର ପୁଲଓ୍ଵାମାରେ ସଂଗଠିତ ଆତ୍ମାଘାତୀ ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ପରିବାରକୁ ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ସହାୟତା ଦିଆଯିବାନେଇ ଘୋଷଣା କରାଯାଇଛିି। ଏବେ ୨୦୧୯ର ସୁପରହିଟ୍‌ ଫିଲ୍ମ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ଟିମ୍‌ ବି ସହାୟତାର ହାତ ବଢ଼ାଇଛନ୍ତି । ଫିଲ୍ମର ପ୍ରଯୋଜକ ରୋନି ସ୍କ୍ରୁ ଓ୍ଵାଲା ସୋସିଆଲ୍‌ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଖାଲିସେତିକି ନୁହେଁ ସେ ଅନ୍ୟମାନଙ୍କୁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ବିଗ୍‌ ବି ଅମିତାଭ ବଚ୍ଚନ ମଧ୍ୟ ପ୍ରତି ସହିଦ୍‌ ପରିବାରକୁ ୫-୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବାର ନିଷ୍ପତ୍ତି ନେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ବଲିଉଡ ତାରକା ଶାହାରୁଖ୍‌ ଖାନ୍‌, ଆଲିୟା ଭଟ୍ଟ,କରଣ ଜୋହର ଓ ପ୍ରିୟଙ୍କା ଚୋପ୍ରା ପ୍ରମୁଖ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଅଭିନେତା ଆୟୁଷ୍ମାନ ଖୁରାନା ସହିଦ୍‌ ମାନଙ୍କ ଉଦ୍ଦେଶ୍ୟରେ ଏକ କବିତା ମଧ୍ୟ ଲେଖିଛନ୍ତି।

ସମ୍ବନ୍ଧିତ ଖବର