ପୁଲ୍‌ଓ୍ଵାମାରେ ଏନ୍‌କାଉଣ୍ଟର ୪ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ନିପାତ ପାଇଁ ଚାଲିଥିବା ଅପରେସନ ଅଲ୍‌ଆଉଟ୍‌ରେ ଆଜି ସେନାକୁ ବଡ଼ ସଫଳତା ମଳିଛି। ପୁଲ୍‌ଓ୍ଵାମାରେ ଆଜି ୪ ଜଣ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଛତପୁରାରେ ୩ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ସମଗ୍ର ଗ୍ରାମକୁ ଘେରିଯାଇଥିଲା। ଆତଙ୍କବାଦୀ ଲୁଚି ରହିଥିବା ଘର ଠାବ ହେବାପରେ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ କୁହାଯାଇଥିଲା। କିନ୍ତୁ ଆତଙ୍କବାଦୀ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ ଏବଂ ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିଲେ। ସ୍ଥାନୀୟ ବିଶୃଙ୍ଖଳ ଜନତା ସୁରକ୍ଷା ବାହିନୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାପାଇଁ ପ୍ରବଳ ପଥର ମାଡ଼ କରିଥିଲେ। ସେମାନଙ୍କୁ ଘଉଡ଼ାଇବାପାଇଁ ସୁରକ୍ଷାବାହିନୀ ପକ୍ଷରୁ ପେଲେଟ୍‌ ଗୁଳି ଏବଂ ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରାଯାଇଥିଲା। ସେନା ଗୁଳିରେ ଜଣେ ସ୍ଥାନୀୟ ଯୁବକର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ସେହିଭଳି କୁପଓ୍ଵାଡ଼ା ସ୍ଥିତ କାଚେମା ଜଙ୍ଗଲରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିପାତ ହୋଇଛି। ଆଉ ଏକ ଘଟଣାରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ଆକ୍ରମଣ ଯୋଗୁଁ ୩ ଜଣ ଯବାନ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର