ପୁଲବାମାରେ ଏନକାଉଣ୍ଟର୍‌,ପ୍ରାଣ ହରାଇଲେ ମୋଷ୍ଟ ଓ୍ଵାଣ୍ଟେଡ୍‌ ଓ୍ଵାସିମ୍‌ ଶାହ ସମେତ ୨ ଆତଙ୍କବାଦୀ

ଶ୍ରୀନଗର- ଜାମ୍ମୁ-କାଶ୍ମୀର ରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଶନିବାର ଭୋର ୨ଟାବେଳେ ପୁଲବାମାର ଲିଟର ଗ୍ରାମରେ ସୁରକ୍ଷା କର୍ମୀମାନଙ୍କ ସହିତ ଆତଙ୍କବାଦୀମାନଙ୍କର ଘମାଘୋଟ ଗୁଳିଗୋଳା ବିନିମୟ ହୋଇଥିଲା । ଏଠାରେ ଲସ୍କରର ଟପ୍‌ କମାଣ୍ଡର ଓ୍ଵାସିମ ଶାହାର ମୃତ୍ୟୁ ହୋଇଥିବା ଜଣାଯାଇଛି । ଓ୍ଵାସିମ୍‌ ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ ତାଲିକାରେ ରହିଥିଲା ।

ଏଠାରେ ସୂଚନାଯୋଗ୍ୟଯେ ଏଯାବତ୍‌ ୧୭୧ ଜଣ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା କୁହାଯାଉଛି ।ସୁରକ୍ଷା ସେନାକୁ ପୁଲବାମା ନିକଟରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହାପରେ ସେନାପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ଏଥିରେ ପ୍ରାଣ ହରାଇଥିବା ଓ୍ଵାସିମ୍‌ ଶାହା ଓସାମା ଓ ଓ୍ଵାସିମ ଲେଫ୍‌ଟି ନାଆଁରେ ସେ ଅଞ୍ଚଳରେ କୁଖ୍ୟାତ ଥିଲା । ମୃତ ଆତଙ୍କବାଦୀମାନଙ୍କ ଠାରୁ ଗୋଟିଏ ଏକେ-୪୭ ଓ ଗୋଟିଏ ଏକେ ୫୬ ଓ ୬ ଏକେ ମାଗାଜିନ୍‌ ମିଳିଛି ।

 

ସମ୍ବନ୍ଧିତ ଖବର