ପୁଲ୍‌ଓ୍ଵାମା ଏନ୍‌କାଉଣ୍ଟର୍‌: ଆତ୍ମଘାତୀ ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ଜୈସ୍‌ କମାଣ୍ଡର୍‌ ଗାଜି ନିହତ

ଶ୍ରୀନଗର: ସୋମବାର ସକାଳୁ ପୁଲ୍‌ଓ୍ଵାମାରେ ଚାଲିଥିବା ବନ୍ଧୁକ ଲଢ଼େଇରେ ନିରାପତ୍ତା ବଳ ଘେରି ରହିଥିବା ଶୀର୍ଷସ୍ତରୀୟ ଜୈସ୍‌-ଏ-ମହମ୍ମଦ କମାଣ୍ଡର୍‌ ନିହତ ହୋଇଛି।

ନିରାପତ୍ତା ବଳ ବେଢ଼ି ରହିଥିବା ଅବ୍‌ଦୁଲ୍‌ ରଶୀଦ୍‌ ଗାଜି ଓରଫ କମ୍‌ରାନ୍‌ ନାମକ ସେ ଆତଙ୍କବାଦୀ କମାଣ୍ଡର୍‌ ଫେବ୍ରୁଆରି ୧୪ରେ ସିଆର୍‌ପିଏଫ୍‌ ବସ୍‌କୁ ଆତ୍ମଘାତୀ ବିସ୍ଫୋରଣର ମାଷ୍ଟର୍‌ମାଇଣ୍ଡ୍‌ ବୋଲି ଖବର ମିଳିଛି। ସେ ଜଣେ ପାକିସ୍ତାନୀ ନାଗରିକ ଓ ପୁଲ୍‌ଓ୍ଵାମ୍‌ ଆକ୍ରମଣର ଷଡ଼ଯନ୍ତ୍ରକାରୀ।ତାଙ୍କ ସହ ଛପି ଥିବା ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ନିରାପତ୍ତା ବଳ କମ୍‌ରାନ୍‌ର ନିକଟତର ହେଉଥିଲେ।

ଭାରତୀୟ ସେନାର ୫୫ ରାଷ୍ଟ୍ରୀୟ ରାଇଫଲ୍ସ୍‌, ସିଆର୍‌ପିଏଫ୍‌ ଏବଂ ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌ ସୋମବାର ପ୍ରତ୍ୟୁଷରୁ ସେଠାରେ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଚଳାଇଛନ୍ତି।

ଗୁଳି ବିନିମୟ ସମୟରେ ଜଣେ ମେଜର୍‌ଙ୍କ ସମେତ ୪ ଜଣ ଯବାନ ଆହତ ହେବ ପରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି।

ଗୁଳିକାଣ୍ଡରେ ଜଣେ ସାଧାରଣ ନାଗରିକ ମଧ୍ୟ ମରିଥିବା ଜଣାପଡ଼ିଛି।

କେତେକ ଆତଙ୍କବାଦୀ ଉପସ୍ଥିତ ଥିବା ସଂକ୍ରାନ୍ତରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର