ପୁଲ୍‌ୱାମା ଏନ୍‌କାଉଣ୍ଟର:୨ ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୨ ଜଣ ଯବାନ ସହିଦ ହୋଇଯାଇଛନ୍ତି। ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ‌ହୋଇଛି। ସହିଦ ଯବାନ ଦୁଇ ଜଣ ହେଉଛନ୍ତି ସିପାହୀ ବାଲ୍‌ଜିତ ସିଂହ ଏବଂ ନାଏକ ସନିଦ।  ସୁରକ୍ଷାବାହିନୀ ଦ୍ବାରା ହୋଇଥିବା ଅପରେସନ୍‌କୁ ସ୍ଥାନୀୟ ଯୁବକମାନେ ଜୋରଦାର ବିରୋଧ କରିଥିଲେ। ସେମାନେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାପାଇଁ ପ୍ରବଳ ପଥର ମାଡ଼ କରିଥିଲେ। ସୁରକ୍ଷା କର୍ମୀ ମଧ୍ୟ ସେମାନଙ୍କୁ ଘଉଡ଼ାଇବାପାଇଁ ଲୁହବୁହା ଗ୍ୟାସ୍ ସେଲ୍‌ ପ୍ରୟୋଗ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ଏବେ ମୋ‌ବାଇଲ୍‌ ଇଣ୍ଟରନେଟ୍ ସେବା‌ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର