ଜମ୍ମୁ କଶ୍ମୀର: ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୧୦ ଯବାନ ଗୁରୁତର

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପିଡିପି-ବିଜେପି ସରକାର ପତ୍ତନ ହେବା ପରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କମ୍‌ ହୋଇ ନାହିଁ। ଆତଙ୍କବାଦୀମାନେ ପୁଲବାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଯବାନଙ୍କ ସମେତ ୧୦ ଜଣ ସୁରକ୍ଷା ବାହିନୀ ଆହତ ହୋଇଛନ୍ତି।

ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦୀନ ଦକ୍ଷିଣ କଶ୍ମୀରର ପୁଲବାମା ଜିଲ୍ଲାର ତ୍ରାଲରେ ଗ୍ରେନେଡ ସାହାଯ୍ୟରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ ସିଆରପିଏଫର ୪ଜଣ ଯବାନ ଓ ୬ ଜଣ ସୁରକ୍ଷା ବାହିନୀ ଆହତ ହୋଇଛନ୍ତି।

ଆକ୍ରମଣ ପରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ତ୍ରାଳ ଅଞ୍ଚଳରେ ପୁଲିସ ଷ୍ଟେସନ ନିକଟରେ ପୁଲିସ ଓ ସିଆରପିଏଫର ଯୁଗ୍ମ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଛନ୍ତି। ସେ କହିଛନ୍ତି, ୪ ଜଣ ସିଆରପିଏଫ ଯବାନ ଓ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ଓ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମକୁ ଅନ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୧୦ ଜଣ ଯବାନ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର