କଂଗ୍ରେସ ମୁଖ୍ୟ ହେବାକୁ ଚାହାନ୍ତି ପୁନେ ଇଞ୍ଜିନିୟର

ପୁନେ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାର ଅନେକ ଦିନ ବିତିଯାଇଥିଲେ ସୁଦ୍ଧା କଂଗ୍ରେସ ଦଳ ପାଇଁ ଏଯାବତ୍‌ ନୂଆ‌ ମୁଖ୍ୟ ନିଯୁକ୍ତ ହୋଇନାହାନ୍ତି। ଗାନ୍ଧୀ ପରିବାର ବାହାରୁ କେହି କଂଗ୍ରେସ ସଭାପତି ଦାୟିତ୍ବ ଗ୍ରହଣ କରିବେ ବୋଲି ସ୍ପଷ୍ଟ ହେବାପରେ ଏବେ ଯୁବପିଢ଼ି କଂଗ୍ରେସ ସଭାପତି ହେବାକୁ ଆଗ୍ରହ ବଳାଇଲେଣି। ପ‌ୁନେର ଜଣେ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର ଗଜାନନ୍ଦ ହୋସେଲ୍‌ ଏବେ କଂଗ୍ରେସ ସଭାପତି ପଦ ପାଇଁ ଆଗ୍ରହ ବଳାଇଛନ୍ତି। ଗଜାନନ୍ଦ କଂଗ୍ରେସ ସଭାପତି ପଦ ପାଇଁ ଆସନ୍ତାକାଲି ଆବେଦନ କରିବେ ବୋଲି ଯୋଜନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଦେଶ ପାଇଁ କଂଗ୍ରେସର ପୁନର୍ଜୀବନ ଅପରିହାର୍ଯ୍ୟ ଏବଂ ଏଥିପାଇଁ ଯୁବ ନେ‌ତୃତ୍ବ ଆବଶ୍ୟକ। ସେ କଂଗ୍ରେସ ସଭାପତି ହେବାପରେ ଦଳକୁ ସଙ୍କଟମୁକ୍ତ କରିପାରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର