ଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲ ଆସିବାକୁ ନିର୍ଦ୍ଦେଶନାମା ଜାରି କରି ସ୍କୁଲ କର୍ତ୍ତୃପକ୍ଷ ପଡ଼ିଲେ ହରଡ଼ଘଣାରେ

ପୁଣେ (ମହାରାଷ୍ଟ୍ର): ପୁଣେର ଏକ ଖ୍ୟାତିସଂପନ୍ନ ବିଦ୍ୟାଳୟ ତାହାର ଛାତ୍ରୀମାନଙ୍କ ଉପରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ଜଣାପଡ଼ିଛି ପୁଣେର ମିରସ୍‌ ଏମ୍‌ଆଇଟି ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କ ସ୍କୁଲରେ ପଢ଼ୁଥିବା ଛାତ୍ରୀମାନଙ୍କ ଉପରେ ଏକ ନିର୍ଦ୍ଦେଶନାମା ଜାରି କରି ସେମାନଙ୍କୁ ଏଣିକି କେବଳ ଧଳା କିମ୍ବା ଚମଡ଼ା (ସ୍କିନ୍‌) ରଙ୍ଗର ଅନ୍ତର୍ବସ୍ତ୍ର ପିନ୍ଧି ସ୍କୁଲକୁ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ତେବେ, ସ୍କୁଲ ପକ୍ଷରୁ ଏହି ନିର୍ଦ୍ଦେଶନାମା ମିଳିବା ପରେ ଏହାକୁ ନେଇ ସ୍କୁଲର ଛାତ୍ରୀ ଓ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏପ୍ରକାରର ନିର୍ଦ୍ଦେଶନାମାକୁ ବିରୋଧ କରି ଅଭିଭାବକମାନେ ସ୍କୁଲ ଗେଟ୍‌ ସମ୍ମୁଖରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଛନ୍ତି।

ତେବେ, ଏପ୍ରସଙ୍ଗରେ ଏମ୍‌ଆଇଟି ଶିକ୍ଷାନୁଷ୍ଠାନ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଡକ୍ଟର ସୁଚିତ୍ରା କରଦ ନାଗରେ କହିଛନ୍ତି ଯେ ଏପ୍ରକାରର ନିର୍ଦ୍ଦେଶନାମା ଜାରି କରିବା ପଛରେ ସ୍କୁଲରୀ କୌଣସି ପ୍ରକାରର ଅଭିସନ୍ଧି ନାହିଁ। କିଛି ପୂର୍ବ ଅଭିଜ୍ଞତାକୁ ଅଧାର କରି ସଂପୂର୍ଣ୍ଣ ସ୍ୱଚ୍ଛ ମନରେ ଛାତ୍ରୀମାନଙ୍କର ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇ ଏପ୍ରକାରର ନିର୍ଦ୍ଦେଶନାମା ଜାରି କରିଛୁ। ଏ ପ୍ରକାରର ନିର୍ଦ୍ଦେଶନାମା ଜାରି ପଛରେ ସ୍କୁଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରକାରର ଲୁକ୍କାୟିତ ଅଭିସନ୍ଧି ନଥିବା ସେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର