ଚା ବିକି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର

ପୁଣେ: ମହାରାଷ୍ଟ୍ର ଅନ୍ତର୍ଗତ ପୁଣେ ସହରର ଜଣେ ଚା ବିକାଳି ମାସକୁ ୧୨ ଲକ୍ଷ ଟଙ୍କା ଉପାର୍ଜନ କରି ନିଜ ପ୍ରତିଦ୍ୱନ୍ଦ୍ୱୀ ବେପାରିଙ୍କ ପାଇଁ ଉଦାହଣ ସାଜିଛନ୍ତି।

ତାଙ୍କ ‘ୟେବଲେ ଟି ହାଉସ୍‌’ ସହରର ଅନ୍ୟତମ ପ୍ରସିଦ୍ଧ ଷ୍ଟଲ୍‌ ଭାବେ ଖ୍ୟାତି ଅର୍ଜନ କରିଛି।

‘ୟେବଲେ ଟି ହାଉସ୍‌’ର ସହ ସଂସ୍ଥାପକ ନବନାଥ ୟେୟୁଲ୍‌ କହନ୍ତି ଖୁବ୍‌ ଶୀଘ୍ର ସେ ଏହାକୁ ଏକ ଇଣ୍ଟର୍‌ନେସ୍‌ନାଲ୍‌ ବ୍ରାଣ୍ଡ୍‌ କରିବାକୁ ଯାଉଛନ୍ତି। ପକୋଡ଼ା ବେପାର ଭଳି ଚା ବିକ୍ରୟ ମଧ୍ୟ ଭାରତୀୟମାନଙ୍କ କର୍ମସଂସ୍ଥାନ ସୃଷ୍ଟି କରୁଛି। ଏ ବେପାର ଶୀଘ୍ର ବଢ଼ିଚାଲୁ ଥିବାରୁ ମୁଁ ଆନନ୍ଦିତ ବୋଲି କହନ୍ତି ନବନାଥ।

ଅମୃତ ତୁଲ୍ୟ ଚା ଭାବେ ସୁପରିଚିତ ଏହି ଚା ସମ୍ପ୍ରତି ପୁଣେ ସହରରେ ‘ୟେବଲେ ଟି ହାଉସ୍‌’ର ତିନୋଟି ଶାଖା ଖୋଲିଛି। ପ୍ରତି ଶାଖାରେ କାମ କରୁଛନ୍ତି ୧୨ ଜଣ କର୍ମଚାରୀ। ଗ୍ରାହକମାନଙ୍କ ସାମ୍ନାରେ ଏହାକୁ ବଡ଼ ବଡ଼ ପାତ୍ରରେ ରନ୍ଧା ଯାଇ ପରିବେଷଣ କରାଯାଉଛି।

ସମ୍ବନ୍ଧିତ ଖବର