ପୁନେରେ ଟ୍ରକ୍‌ ଓଲଟି ୧୮ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ପୁନେ-ସତ୍‌ରା ଜାତୀୟ ରାଜପଥରେ  ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି। ପାଖାପାଖି ୪୦ ଜଣ ନିର୍ମାଣ ଶ୍ରମିକ ଏକ ଟ୍ରକ୍‌ରେ ପୁନେରୁ ସତ୍‌ରା ଅଭିମୁଖେ ଯାତ୍ରା କରୁଥିବାବେଳେ ରାଜପଥରେ ଟ୍ରକ୍‌ଟି ବ୍ୟାରିକେଡ୍‌ରେ ଧକ୍କା ହୋଇ ଓଲଟି ପଡ଼ିବା ଫଳରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ନିର୍ମାଣ କର୍ମୀଙ୍କ ମଧ୍ୟରୁ ଅଧିକାଂଶ କର୍ଣ୍ଣାଟକର ବିଜେପୁର ଜିଲ୍ଲାର ବୋଲି ଜଣାପଡ଼ିଛି। ତେବେ ସମସ୍ତ ଆହତମାନଙ୍କୁ ସତ୍‌ରା ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ କରାଯାଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର