ରାଜ୍ୟରେ କଂଗ୍ରେସ ହାରିଲେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି : ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ

ଚଣ୍ଡିଗଡ଼ : ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ମେ’୧୯ରେ ହେବାକୁ ଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା ସୁଦ୍ଧା ସବୁ ଦଳ ନିଜର ନିର୍ବାଚନୀ ପ୍ରଚାର ଶେଷ କରିଛନ୍ତି । ତେବେ ପ୍ରଚାର ଶେଷ ହୋଇଥିଲେ ମଧ୍ୟ ନେତାମାନେ କରିଥିବା ବୟାନବାଜିକୁ ନେଇ ଚର୍ଚ୍ଚା ଶେଷ ହୋଇ ନାହିଁ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ନିଜ ରାଜ୍ୟରେ କଂଗ୍ରେସ ଜିତିବାକୁ ନେଇ ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

Free Press Kashmir

ପଞ୍ଜାବରେ କଂଗ୍ରେସ ସରକାର ଗଢ଼ିବା ସହ ସବୁ ସ୍ଥାନରେ କଂଗ୍ରେସ ବହୁମତରେ ଜିତିବ । ଯଦି କଂଗ୍ରେସ ହାରିଯାଏ, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତିଫା ଦେଇଦେବି ବୋଲି କହିଥିଲେ ଅମ୍ରିନ୍ଦର ସିଂହ । ତାଙ୍କର ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସମ୍ବନ୍ଧିତ ଖବର