ସିଦ୍ଧୁଙ୍କ ଇସ୍ତଫା ପତ୍ର ଗ୍ରହଣ କରି ମଞ୍ଜୁର ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମ୍ରିନ୍ଦର ସିଂହ

ଅମ୍ରତସର: କଂଗ୍ରେସର ବରିଷ୍ଠ ନେତା ନବଜୋତ୍‌ ସିଂହ ସିଦ୍ଧୁଙ୍କ ଇସ୍ତଫା ପତ୍ରକୁ ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମ୍ରିନ୍ଦର ସିଂହ ଗ୍ରହଣ କରିବା ସହ ତାହାକୁ ମଞ୍ଜୁର ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟ ମୁତାବକ ଦିଳ୍ଲୀରୁ ଫେରିବା ପରେ ଗତ ଦୁଇ ଦିନ ହେବ ଅସୁସ୍ଥ ଥିବା ଅମ୍ରିନ୍ଦର ସିଂହ ଆଜି ସକାଳେ ସିଦ୍ଧୁଙ୍କ ଇସ୍ତଫା ପତ୍ର ଦେଖିବା ପରେ ଔପଚାରିକତା ପୂରା କରିବା ପାଇଁ ତାହାକୁ ରାଜ୍ୟପାଳ ଭିପିଏସ୍‌ ବ୍ୟାଡନୋରେଙ୍କ ପାଖକୁ ପଠାଇଛନ୍ତି।

The Hindu

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଦିଲ୍ଳୀଠାରେ ଥିବା ବେଳେ କହିଥିଲେ କି ତାଙ୍କ ଅନୁପସ୍ଥିତରେ ତାଙ୍କର ଚଣ୍ଡିଗଡ଼ ବାସଭବନରେ ପହଞ୍ଚିଥିବା ଇସ୍ତଫା ପତ୍ରକୁ ସେ ଆଗ ଦେଖିବେ ଓ ତା’ପରେ ନିଷ୍ପତ୍ତି ନେବେ। ଜାଣିରଖନ୍ତୁ ଯେ ସିଦ୍ଧୁ ଯେଉଁ ଇସ୍ତଫା ପତ୍ର ଦେଇଥିଲେ ସେଥିରେ ମାତ୍ର ଧାଡ଼ିଟିଏ ଲେଖା ଯାଇଥିଲା। ସେ କାହିଁକି ଇସ୍ତଫା ଦେବାକୁ ଚାହାନ୍ତି ଓ କାରଣ ସଂପର୍କରେ କିଛି ବିସ୍ତତ ଭାବେ ଲେଖାଯାଇ ନଥିଲା।

ସିଦ୍ଧୁଙ୍କ କହିବା ମୁତାବକ ସେ ଜୁନ୍‌ ୧୦ ତାରିଖରୁ ରାହୁଲ ଗାନ୍ଧୀଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇଥିଲେ। ତାହାକୁ ଜୁଲାଇ ୧୪ ତାରିଖରେ ଟ୍ଵିଟ୍‌ କରିଥିଲେ। ଶେଷରେ ସେ ଔପଚାରିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ, ଯେଉଁ ସମୟରେ କି ଅମ୍ରିନ୍ଦର ସିଂହ ଦିଲ୍ଲୀରେ ଥିଲେ।

ସମ୍ବନ୍ଧିତ ଖବର