ରୋଡ଼ ସୋ ବେଳେ ଖସିପଡିଲା ମୁଖ୍ୟମନ୍ତ୍ରୀଙ୍କ ପଗଡି, କାହିଁକି ଜାଣନ୍ତୁ

ଲୁଧିଆନା: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଡାଁଖା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କରିଛନ୍ତି | କଂଗ୍ରେସ ପ୍ରାର୍ଥୀ କ୍ୟାପଟେନ ସନ୍ଦୀପ ସିଂ ସାନ୍ଧୁଙ୍କ ପାଇଁ ସେ ରୋଡ଼ ସୋ କରିଥିଲେ | ତେବେ ଆଜିର ଏହି ରୋଡ଼ ସୋରେ ମୁଖ୍ୟମନ୍ତ୍ରୀଙ୍କୁ କିଛି ଅଜବ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା |

ରୋଡ଼ ସୋ ସମୟରେ ରାସ୍ତାରେ ଲାଗିଥିବା ବ୍ୟାନରର ଦଉଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ପଗଡି ଛନ୍ଦି ହୋଇଯାଇଥିଲା | ଏହାପରେ ପଗଡି ଖସିପଡିଥିଲା | ତେବେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକମାନେ ସ୍ଥିତି ସମ୍ଭାଳିନେଇଥିଲେ |


ପଗଡିକୁ ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଯିବା ପରେ ଅଧାରେ ଅଟକିଥିବା ରୋଡ଼ ସୋ ପୁଣି ଆରମ୍ଭ ହୋଇଯାଇଥିଲା | ଏଠାରେ ସୂଚନା ଥାଉ କି ଅକ୍ଟୋବର ୨୧ ତାରିଖରେ ଡାଁଖା ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହେବାକୁ ଯାଉଛି |

ସମ୍ବନ୍ଧିତ ଖବର