କଂଗ୍ରେସରେ ଦେଖା ଦେଲାଣି ଗୃହ କଳହ! ଷ୍ଟାର ପ୍ରଚାରକ ହୋଇ ମଧ୍ୟ ଏ ପର୍ଯ୍ୟନ୍ତ ସିଦ୍ଧୁଙ୍କୁ ପ୍ରଚାର କରିବାକୁ ଡ଼ାକି ନାହିଁ ଦଳ

ଚଣ୍ଡିଗଡ଼ : ଗତକାଲି ଲୋକସଭା ନିର୍ବାଚନ ୨୦୧୯ର ପଞ୍ଚମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳ ଏବଂ ନେତାମାନଙ୍କ ମଧ୍ୟରେ ବୟାନବାଜି ବଢ଼ିବାରେ ଲାଗିଛି । ପରସ୍ପର ପରସ୍ପର ବିରୋଧରେ ବୟାନ ଦେଇ ଭୋଟ୍‌ ହାତେଇବାର ଷଡ଼ଯନ୍ତ୍ର କରୁଥିବା ବେଳେ କଂଗ୍ରେସରେ ଗୃହ କଳହ ଦେଖିବାକୁ ମିଳିଛି ।

Hindustan Times

ଅନ୍ୟ ଦଳ କୌଣସି ଆରୋପ ଲଗାଇବା ପୂର୍ବରୁ କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବ୍‌ଜୋତ ସିଂହ ସିଦ୍ଧୁ କଂଗ୍ରେସ ବିରୋଧରେ ମତ ରଖିଥିବା ଦେଖାଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ଏବଂ ପଞ୍ଜାବର କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଝାଖଡ଼ଙ୍କ ଉପରେ ଆରୋପ ଲଗାଇ, ଦୁହେଁ ତାଙ୍କୁ ଦଳର ୧୩ଜଣ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଡ଼ାକି ନଥିବା କହିଛନ୍ତି ସିଦ୍ଧୁ । ଇଣ୍ଡିଆନ୍‌ ଏକ୍ସପ୍ରେସକୁ ଫୋନ ଯୋଗେ ସିଦ୍ଧୁ ଏଭଳି ମନ୍ତବ୍ୟ ଦେଇଥିବା ସାମ୍ନାକୁ ଆସିଛି ।  “ଷ୍ଟାର ପ୍ରଚାରକ ହୋଇ ମଧ୍ୟ ମୋତେ ଏ ପର୍ଯ୍ୟନ୍ତ ପ୍ରଚାର ପାଇଁ ଡ଼କା ଯାଇ ନାହିଁ  ଏବଂ ବିନା ନିମନ୍ତ୍ରଣରେ ମୁଁ କେଉଁ ଆଡ଼େ ଯାଏ ନାହିଁ” ବୋଲି କହିଥିଲେ ସିଦ୍ଧୁ । ତାଙ୍କର ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର