ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଉଁଛି ପଞ୍ଜାବ! କହିଲେ, ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂହ

ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂହ ଶୁକ୍ରବାର ଦିନ କହିଛନ୍ତି ଯେ, ରାଜ୍ୟରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ୨୭ ଜଣଙ୍କର କୌଣସି ଯାତ୍ରା ଇତିହାସ ନ ଥିବାରୁ ରାଜ୍ୟ ଏବେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଥିବା ସ୍ପଷ୍ଟ ହୋଇଛି। ଗୋଷ୍ଠୀ ସଂକ୍ରମଣ ପର୍ଯ୍ୟାୟ ୩ଭାବରେ ମଧ୍ୟ ଜଣାଶୁଣା | ଗୋଷ୍ଠୀ ସଂକ୍ରମଣରେ ଜଣେ ଲୋକ କିପରି ଏବଂ କାହା ଠାରୁ ସଂକ୍ରମିତ ହୋଇଛି ତାହା ଜଣା ପଡ଼ି ନଥାଏ | ପଂଜାବରେ ମଧ୍ୟ କୌଣସି ଯାତ୍ରା ଇତିହାସ ନଥାଇ ୨୭ଜଣ ଆକ୍ରାନ୍ତ ହେବାରୁ,  ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବା ନେଇ ଆଶଙ୍କା କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂହ | ଏହା ସହ ପରିସ୍ଥିତିକୁ ଦେଖି ଲକଡାଉନର ଅବଧି ମଧ୍ୟ ବୃଦ୍ଧି କରିବାକୁ ଚିନ୍ତା କରୁଥିବା କହିଛନ୍ତି |

ଗଣମାଧ୍ୟମ ସହିତ ଭିଡିଓ କନଫରେନ୍ସ ସମୟରେ ମୁଖ୍ୟମନ୍ତ୍ରୀ ସିଂହ କହିଛନ୍ତି, “ପଂଜାବରେ ୨୭ଟି କରୋନା ପଜିଟିଭଙ୍କ ଭ୍ରମଣ ଇତିହାସ ନାହିଁ। କିନ୍ତୁ ହଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସାମୂହିକ ସଂକ୍ରମଣର ଶିକାର ବୋଲି କୁହାଯାଇପାରିବ | କିନ୍ତୁ କୌଣସି ଯାତ୍ରା ଇତିହାସ ନଥାଇ ମଧ୍ୟ କରୋନା ଆକ୍ରାନ୍ତ ହେବା ଗୋଷ୍ଠୀ ସଂକ୍ରମଣ ଆଡକୁ ସଂକେତ ଦେଉଛି | ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩୨ ରହିଛି, ସେଥିମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି | ବର୍ତ୍ତମାନ କେବଳ ଜଣେ ରୋଗୀ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ଏବଂ ଦୁଇଜଣ ପ୍ରି-ଭେଣ୍ଟିଲେଟର ପର୍ଯ୍ୟାୟରେ ଅଛନ୍ତି, ଯେଉଁଠାରେ ସେମାନେ କେବଳ ଅମ୍ଳଜାନ ଆବଶ୍ୟକ କରନ୍ତି। ପଞ୍ଜାବରେ ମୋଟ ୪୩୪କାର୍ଯ୍ୟକ୍ଷମ ଭେଣ୍ଟିଲେଟର ଅଛି | ସେଥିମଧ୍ୟରୁ ୭୬ଟି ଅପରେଟିଭ୍ ଭେଣ୍ଟିଲେଟର ସରକାରୀ ଡାକ୍ତରଖାନାରେ ଏବଂ ୩୫୮ଟି ଘରୋଇ ଡାକ୍ତରଖାନାରେ ଅଛି” |

Enough is enough, I'm warning Gen. Bajwa — full text of Punjab CM ...
ThePrint

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୈଜ୍ଞାନିକ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ ଜୁଲାଇ-ଅଗଷ୍ଟ ସୁଦ୍ଧା ଏହି ମହାମାରୀର ପ୍ରଭାବ ଭାରତରେ ଅଧିକ ରହିବ | ପ୍ରାୟ ୫୮% ଭାରତୀୟ ଏହା ଦ୍ୱାରା ସଂକ୍ରମିତ ହେବେ ଏବଂ ପଞ୍ଜାବରେ ୮୭% ଲୋକ ଏହି ରୋଗରେ ଆକ୍ରାନ୍ତ ହେବେ,ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂହ।

ତେବେ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂହଙ୍କ ସହ ଏକମତ ହୋଇନାହିଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଏବ ଅଗ୍ରୱାଲ ଆଜି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଦେଶର କୌଣସି ଠାରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଏହା ସ୍ଥାନୀୟ ସଂକ୍ରମଣରେ ହିଁ ସିମୀତ ରହିଛି।

ସମ୍ବନ୍ଧିତ ଖବର