ଅଲ୍‌-କାଏଦା କମାଣ୍ଡର୍‌ ଜାକିର ମୂସାଙ୍କୁ ଧରିବା ପାଇଁ ତଲାସ ଆରମ୍ଭ କଲା ପଞ୍ଜାବ ପୁଲିସ

ନୂଆଦିଲ୍ଲୀ: ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀମାନେ ଏବଂ ଅଲ୍‌-କାଏଦା କମାଣ୍ଡର୍‌ ଜାକିର ମୂସା ପଞ୍ଜାବରେ ଛପିଥାଇ ପାରନ୍ତି ବୋଲି ସୂଚନା ମିଳିବା ପରେ ସମଗ୍ର ରାଜ୍ୟର ପୁଲିସ ହାଇ ଆଲର୍ଟରେ ରହିଛନ୍ତି।

କଶ୍ମୀର ୟୁନିଟ୍‌ ଅଲ୍‌-କାଏଦାର ମୁଖ୍ୟ ମୂସାଙ୍କର ପୋଷ୍ଟର୍‌ ରାଜ୍ୟର କେତେକ ସ୍ଥାନରେ ଲଗାଯାଇଛି।

ଗୁରୁଦାସପୁର ଏସ୍‌ଏସ୍‌ପି ସ୍ୱର୍ଣ୍ଣଦୀପ ସିଂହ କହିଛନ୍ତି: ଫିରୋଜପୁର ଦେଇ ପଞ୍ଜାବ ମଧ୍ୟକୁ କେତେକ ଜୈସ୍‌-ଏ- ମହମ୍ମଦ୍‌ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି ବୋଲି ଆମ ପାଖରେ ସୂଚନା ଥିଲା। ତେଣୁ ଆମେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅଧିକ ଫୋର୍ସ ମୁତୟନ କରିଥିଲୁ। ତଲାସ ଚାଲିଛି।

ଅମୃତସର ନିକଟରେ ମୂସାର ଚଳପ୍ରଚଳ ସଂକ୍ରାନ୍ତରେ ଆମ ପାଖରେ ନିର୍ଦ୍ଦିଷ୍ଟ ସୂଚନା ଥିଲା ବୋଲି ସ୍ୱର୍ଣ୍ଣଦୀପ ପୁଣି କହିଛନ୍ତି। ସର୍ବସାଧାରଣଙ୍କୁ ସତର୍କ କରାଇବା ନିମନ୍ତେ ଆମେ ତା’ର ‘ଓ୍ଵାନ୍‌ଣ୍ଟେଡ୍‌’ ପୋଷ୍ଟର୍‌ ରିଲିଜ୍‌ କରିଛୁ। କୌଣସି ସୂଚନା ଥିଲେ ଆମକୁ ଜଣାଇବାକୁ ଆମେ ଜନସାଧାରଣଙ୍କୁ ଅନୁରୋଧ କରିଛୁ।

ମୂସା ଆତଙ୍କବାଦୀ ସଙ୍ଗଠନ ଅନ୍‌ସାର ଗଜ୍‌ଓ୍ଵାଟ୍‌ ଉଲ୍‌ ହିନ୍ଦ୍‌ର ନେତୃତ୍ୱ ନେବା ସହ ଜମ୍ମୁ ଓ କଶ୍ମୀରକୁ ଆତଙ୍କବାଦୀ ଚୟନ କରି ପଠାଏ।

ସମ୍ବନ୍ଧିତ ଖବର