ଆମେରିକା-ରୁଷ୍‌ ଚୁକ୍ତିରେ ନିଷିଦ୍ଧ ପାରମାଣବିକ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଧମକ ଦେଲେ ପୁଟିନ୍‌

ମସ୍କୋ: ‘କି ଆର୍ମସ୍‌ କଣ୍ଟ୍ରୋଲ୍‌ ଏଗ୍ରିମେଣ୍ଟ୍‌’ ଅନୁସରଣ କରିବାକୁ ଓ୍ଵାସିଙ୍ଗ୍‌ଟନ୍‌ ମସ୍କୋ ପ୍ରତି ସମୟସୀମା ନିର୍ଦ୍ଧାରଣ କରିବାରୁ ଯୁକ୍ତରାଷ୍ଟ୍ର ଆମେରିକା ସହ ଚୁକ୍ତିରେ ନିଷିଦ୍ଧ ହୋଇଥିବା ପାରମାଣବିକ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ବୁଧବାର ଦିନ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଧମକ ଦେଇଛନ୍ତି।

ରାଜିନାମା ଉଲ୍ଲଂଘନ ହୋଇଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଦାବି କରୁଥିବା କ୍ଷେପଣାସ୍ତ୍ରଗୁଡ଼ିକ ଯଦି ରୁଷ୍‌ ନଷ୍ଟ ନ କରେ ତେବେ ଓ୍ଵାସିଙ୍ଗ୍‌ଟନ୍‌ ଏକ ପ୍ରମୁଖ ‘ଶୀତଳ ଯୁଦ୍ଧ’ ରାଜିନାମା ମିଡ୍‌-ରେଞ୍ଜ୍‌ ନ୍ୟୁକ୍ଲିୟର୍‌ ଅସ୍ତ୍ର ସୀମିତ ରଖିବାରୁ ୬୦ ଦିନ ମଧ୍ୟରେ ଓହରି ଯିବାକୁ ଯୁକ୍ତରାଷ୍ଟ୍ର ଆମେରିକାର ସେକ୍ରେଟାରି ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପେଓ କହିବାର ଦିନକ ପରେ ଉତ୍ତେଜନା ବୃଦ୍ଧି ପାଇଛି।

ପୁଟିନ୍‌ କହିଛନ୍ତି ଯେ ଇଣ୍ଟର୍‌ମିଡିଏଟ୍‌-ରେଞ୍ଜ୍‌ ନ୍ୟୁକ୍ଲିୟର୍‌ ଫୋର୍ସେସ୍‌ ଟ୍ରିଟି (ଆଇଏନ୍‌ଏଫ୍‌) ଉଲ୍ଲଂଘନ କରିବାକୁ ଓ୍ଵାସିଂଟନ୍‌ ନିଷ୍ପତ୍ତି ନେଇ ସାରିଛି।
ସେମାନେ ଭାବିଥିଲେ ଆମେ ଲକ୍ଷ କରି ପାରିବୁ ନାହିଁ। ପେଣ୍ଟାଗନ୍‌ ଚୁକ୍ତି ଦ୍ୱାରା ନିଷିଦ୍ଧ କ୍ଷେପଣାସ୍ତ୍ର ବିକାଶ ପାଇଁ କାମ ଆରମ୍ଭ କରି ସାରିଛି। ଆମେ ଏ ଚୁକ୍ତି ନଷ୍ଟ କରିବାକୁ ବିରୋଧ କରୁ। କିନ୍ତୁ, ଯଦି ଏହା ହୁଏ, ତଦନୁସାରେ ଆମେ ପ୍ରତିକ୍ରିୟାଶୀଳ ହେବୁ।

ସେ ଆହୁରି କହିଛନ୍ତି ଯେ ଆଇଏନ୍‌ଏଫ୍‌ ଚୁକ୍ତି ଦ୍ୱାରା ନିଷିଦ୍ଧ ମିଡ୍‌-ରେଞ୍ଜ୍‌ କ୍ଷେପଣାସ୍ତ୍ର ଆଜିକାଲି ଡଜନାଧିକ ଦେଶ ନିର୍ମାଣ କରୁଛନ୍ତି।
ପରିସ୍ଥିତି ଏତେ ବଦଳି ଯାଇଛି ଯେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ସେ ଅସ୍ତ୍ର ରଖିବା କଥା ବୋଲି ଆମେରିକୀୟ ସହଯୋଗୀମାନେ ବିଶ୍ୱାସ କରୁଥିବା କଥା ଏବେ ସୁସ୍ପଷ୍ଟ।

ଆମର ଉତ୍ତର କ’ଣ ହେବ? ସିଧା କଥା: ଆମେ ମଧ୍ୟ ତିଆରି କରିବୁ।

ସମ୍ବନ୍ଧିତ ଖବର