ପୁଜଲ୍‌ ସେଣ୍ଟ୍ରାଲ୍‌ ଜେଲ୍‌ର କଏଦୀଙ୍କ ନିକଟରୁ ବାହାରିଲା ମୋବାଇଲ୍‌; ଜେଲ୍‌ରୁ ଟିଭି ହଟାଇ ଦେଲେ ଅଧିକାରୀ

ଚେନ୍ନାଇ: ଚେନ୍ନାଇର ପୁଜଲ୍‌ ସେଣ୍ଟ୍ରାଲ୍‌ ଜେଲ୍‌ରୁ କଏଦୀମାନଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ପାଇବା ପରେ ଜେଲ୍‌ର ‘ଏ’ କ୍ଲାସ୍‌ ଓ୍ଵାର୍ଡରୁ ୧୮ଟି ଟିଭି ଓ ୨ଟି ରେଡିଓ ଏଫ୍‌ଏମ୍‌ ସେଟ୍‌ ବାହାର କରି ଦିଆଯାଇଛି। ଜେଲ୍‌ରୁ ୨୩ କିଲୋମିଟର ଦୂରରେ ରହୁଥିବା ଜେଲ୍‌ ଅଧିକାରୀ ଅଚାନକ ଭାବେ କଏଦୀଙ୍କଠାରୁ ମୋବାଇଲ୍‌ ଫୋନ୍‌ ପାଇବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି। ଟିଭି ବାହାର କରି ଦିଆଯିବାର କାରଣ ହେଉଛି ଟିଭି ପଏଣ୍ଟ୍‌ରେ କଏଦୀମାନେ ମୋବାଇଲ୍‌ ଚାର୍ଜ କରିବାରେ ସମର୍ଥ ହେଉଛନ୍ତି।

ଏହି ସମସ୍ୟା ଥରେ ସମାଧାନ ହେବା ପରେ ପୁଣି ଥରେ ‘ଏ’ କ୍ଲାସ୍‌ ଓ୍ଵାର୍ଡରେ ଟିଭି ଲଗାଯିବ ବୋଲି ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ନିକଟରେ ଜେଲ୍‌ ମଧ୍ୟରୁ ୭ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଛି।

ଜେଲ୍‌ରୁ ଟିଭି ହଟାଇ ଦେବା ଉପରେ ସଫେଇ ଦେଇ ଜେଲ୍‌ ଅଧିକାରୀ କହନ୍ତି ଯେ ଜେଲ୍‌ରେ ଟିଭି ରହିବା ଅନୈତିକ ନୁହେଁ। ମାତ୍ର ଜେଲ୍‌ ମଧ୍ୟରେ ପ୍ରତ୍ୟେକ ବିଳାଶପୂର୍ଣ୍ଣ ସାମଗ୍ରୀକୁ ଏକ ସୀମା ଭିତରେ ବ୍ୟବହାର କରାଯାଏ।

ଉଲ୍ଲେଖଯୋଗ୍ୟ, ଜେଲ୍‌ରେ ଥିବା କଏଦୀମାନଙ୍କୁ ନିଶାଦ୍ରବ୍ୟ ମରିଜୁଆନା ଯୋଗାଇ ପୁଜଲ୍‌ ସେଣ୍ଟ୍ରାଲ୍‌ ଜେଲଜେଲ୍‌ର ଓ୍ଵାର୍ଡର ନିଲମ୍ବିତ ହୋଇଥିବା ଘଟଣା ଏକ ଜାତୀୟ ଚର୍ଚ୍ଚା ପାଲଟିଥିଲା।

ସମ୍ବନ୍ଧିତ ଖବର