ବଡ଼ଦୋରା: ଭଦୋଦରାର ନିମେତା ଗାର୍ଡେନ ଅଞ୍ଚଳରୁ ବନ୍ୟଜନ୍ତୁ ଉଦ୍ଧାରକାରୀ ଟ୍ରଷ୍ଟ୍ ଏକ ଅଜଗର ଉଦ୍ଧାର କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ମୁତାବକ, ୧୦ ଫୁଟ୍ ଲମ୍ବର ଏହି ଅଜଗର ଗୁରୁବାର ଅଜୟ ରୋଡରେ କାଉନ୍ସିଲର୍ ମନୋଜ ପଟେଲ୍ଙ୍କ ଫାର୍ମ ହାଇସ୍ରୁ ଉଦ୍ଧାର ହୋଇଛି।
#WATCH Wildlife Rescue Trust officials rescue a python from a farm in Nimeta Garden area, in Vadodara. #Gujaratpic.twitter.com/HAS28oDgKT
— ANI (@ANI) September 20, 2019
ଫାର୍ମ ହାଉସ୍ରେ ଥିବା ଘୋଡ଼ାମାନେ ଚିତ୍କାର କରିବାରୁ ଫାର୍ମ ଆଉସ୍ର କର୍ମଚାରୀ ଅଜଗର ବିଷୟରେ ଜାଣିବାକୁ ପାଇଥିଲେ। ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଛନ୍ତି। ଭିଡିଓଟିରେ ଆପଣ ଦେଖି ପାରିବେ ଯେ କିପରି ଉଦ୍ଧାରକାରୀ ଦଳର ସଦସ୍ୟମାନେ ସାପଟିକୁ ସତର୍କତାର ସହ ଉଦ୍ଧାର କରୁଛନ୍ତି। ସାପଟି ସେଠାରେ କାଣ୍ଡି ହୋଇଥିବା କାଠି ଗଦା ଭିତରେ ପଶି ରହିଥିଲା।
ସୋସିଆଲ୍ ମିଡିଆରେ ଏବେ ଆଉ ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦୁଇ ମୁଣ୍ଡିଆ ସାପ ପଶ୍ଚିମ ଭାରତରୁ ଉଦ୍ଧାର ହୋଇଛି।