ଆର.ମାଧବନ ହାଲର ନୂଆ ସିଏମଡି, ସ୍ୱଦେଶୀ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ଦେବେ

0 119

ନୂଆଦିଲ୍ଲୀ : ଆର.ମାଧବନ ରାଷ୍ଟ୍ରାୟତ ପ୍ରତିରକ୍ଷା ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ହାଲ)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ଟି.ସୁବର୍ଣ୍ଣ ରାଜୁଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ମାଧବନ ଲକ୍ଷ୍ନୌଠାରେ ଥିବା ହାଲର ଆସେସୋରିଜ ଡିଭିଜନର  ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଏରୋସ୍ପେଶ ଶିଳ୍ପରେ ଅଗ୍ରଣୀ ସ୍ଥାନକୁ ବଜାୟ ରଖିବା ଓ ସ୍ବଦେଶୀ ଜ୍ଞାନକୌଶଳ ଉପରେ ଅଧିକରୁ ଅଧିକ ବ୍ୟବହାର କରିବା ଉପରେ ସେ ଧ୍ୟାନ କେନ୍ଦ୍ରୀତ କରିବେ । ମାଧବନ ଏନଆଇଟି ରାୟପୁରରୁ ମେକାନିକାଲ ଇଂଜିନିୟରିଂ କରିବା ପରେ ଆଇଆଇଟି ମାଡ୍ରାସରୁ ଏମଟେକ କରିଛନ୍ତି । ସେ ୧୯୮୨ରେ ହାଲରେ ଜଣେ ମ୍ୟାନେଜମେଣ୍ଟ ଟ୍ରେନି ଭାବେ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.