ରାବଡି ଦେବୀ ଆଣିଲେ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ

ନୂଆଦିଲ୍ଲୀ: ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରାବଡି ଟୁଇଟ କରି କହିଛନ୍ତି ସିବିଆଇ, ଇଡି ଭଳି ନିର୍ବାଚନ କମିଶନ୍‌ ମଧ୍ୟ ବିଜେପି ମହାମେଣ୍ଟ କରି ନେଇଛନ୍ତି ଏବଂ ଏକ ହୋଇ ଲଜ୍ଜାଶୀଳ ଭାବରେ କାମ କରୁଛନ୍ତି । ତେଜସ୍ୱୀ ଯାଦବ ଭୋଟ୍‌ ନ ଦେବା କାରଣରୁ ସେ କହିଥିଲେ ତେଜସ୍ୱୀକୁ ଜାଲିଆତି କରି ଫସାଇ ବଦନାମ୍‌ କରିବା ପାଇଁ ତାଙ୍କ ଫଟୋ ବଦଳରେ ଆଉ କାହାର ଫଟୋ ଲଗାଇ ଦିଆଗଲା । ଯାହାଦ୍ୱାରା ଅଯଥା ବିବାଦ ଉତ୍ପର୍ଣ୍ଣ କରି ନକରାତ୍ମକ ତଥା ବିଘ୍ନ ଉପୁଜିବାକୁ ଚକ୍ରାନ୍ତ କରାଯାଇଛି ।

ରାବଡି କହିଥିଲେ ପ୍ରତିପକ୍ଷଙ୍କ ସହ ଏଭଳି ବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଭାବନ୍ତୁ ସାଧାରଣ ଭୋଟରଙ୍କ ପାଇଁ ଏହା କିଭଳି ହୋଇଥିବ? ଏହି ମାମଲାରେ ନିର୍ବାଚନ କମିଶନ୍‌ କି ପଦକ୍ଷେପ ନେଇଛନ୍ତି? ଏଥିପାଇଁ ଦୋଷୀ କିଏ? ତେଜସ୍ୱୀଙ୍କ ସହ କେବଳ ଏମିତି କାହିଁକି କରାଗଲା? ଏଥିପାଇଁ କେଉଁ ଷଡ଼ଯନ୍ତ୍ର କରାଯାଉଛି । ସେ କହିଥିଲେ ମୋ ଝିଅ ସିଙ୍ଗାପୁରରୁ କେବଳ ଭୋଟ୍‌ ଦେବା ପାଇଁ ଭାରତ ଆସିଥିଲେ କିନ୍ତୁ ତାଙ୍କ ନାଁ ମତଦାନ ସୂଚୀରେ ନଥିଲା। ନିର୍ବାଚନ କମିଶନ୍‌ କୁହନ୍ତୁ ଏଥିପାଇଁ ଦାୟୀ କିଏ?

ସମ୍ବନ୍ଧିତ ଖବର