ନବବଧୂ ଐଶ୍ୱର୍ଯ୍ୟା ଶାଶୁଘରେ ପାଦ ରଖିବା ପରେ କ’ଣ କହିଲେ ଶାଶୁ ରାବଡି ଦେବୀ ଜାଣନ୍ତୁ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଗତ ସୋମବାର ନିଜ ପୁଅ ଓ ବୋହୂ ସହିତ ବାଙ୍କେ ବିହାରି ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ମନ୍ଦିରରେ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ସହିତ ମିଶି ଇଶ୍ୱରଙ୍କ ଆର୍ଶ୍ରୀବାଦ ନେଇଥିଲେ।

ଏଠାରେ ସାମ୍ବାଦିକଙ୍କ ସହ କଥାବର୍ତ୍ତା ହେଉଥିବା ସମୟରେ ରାବଡି ଦେବୀ କହିଥିଲେ, ତାଙ୍କ ବୋହୂ ଲକ୍ଷ୍ମୀ ଭାବେ ଘରେ ପାଦ ଦେଇଛି। ଯେବେଠାରୁ ସେ ତାଙ୍କ ଘରକୁ ଆସିଛି ଖୁସିରେ ଘର ପୁରି ଉଠୁଛି। ଚାରିଟି ଠକେଇ ମାମଲାରେ ଦୋଷୀସାବ୍ୟସ୍ତ ଲାଲୁ ଜେଲ ଯିବା ପରେ ତାଙ୍କ ଘରେ ଦୁଃଖ ଭରି ରହିଥିଲା। କାହାରି ମୁହଁରେ ହସ ଟିକେ ଦେଖିବାକୁ ମିଳୁ ନଥିଲା। ତେବେ ବୋହୂ ଆସିବା ପରେ ହସଖୁସିରେ ଦିନ କଟି ଯାଉଛି ବୋଲି ରାବଡି ଦେବି କହିଛନ୍ତି।

ଗତ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତେଜପ୍ରତାପଙ୍କ ଯାଦବ ଓ ଆରଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟ । ଲାଲୁଙ୍କ ପୁଅ ବାହାଘରରେ ବହୁ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ପୁଅ ତେଜପ୍ରତାପ ଓ ବୋହୂ ଐଶ୍ୱର୍ଯ୍ୟାଙ୍କ ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆର୍ଶ୍ରୀବାଦ ଦେଇଥିଲେ।

ସମ୍ବନ୍ଧିତ ଖବର